ୟେଙ୍ଗୁନ୍ : ମିଆଁମାରରେ ସେନା ଆଜି ବର୍ବରତା ସୀମା ଟପିଛି | ସେନା ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିଆସୁଥିବା ଲୋକଙ୍କ ଉପରେ ଆଜି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି| ଶନିବାର ଦିନ ସେନା ଗୁଳିରେ ୯୧ ଜଣ ପ୍ରଦର୍ଶନକାରୀଙ୍କର ମୃତ୍ୟୁ ଘଟିଛି | ପ୍ରାୟ ଦୁଇମାସ ଧରି ଚାଲିଆସୁଥିବା ଏହି ଆନ୍ଦୋଳନକୁ ଦମନ କରିବାରେ ଏହା ସବୁଠାରୁ ବଡ ଘଟଣା ବୋଲି କୁହାଯାଉଛି |

Advertisment

ମିଳିଥିବା ସୂଚନା ମୁତାବକ ଶନିବାର ଦିନ ଦେଶରେ 'ଆର୍ମଡ଼ ଫୋର୍ସ ଡେ' ପାଳନ କରାଯାଉଥିବାବେଳେ ପ୍ରଦର୍ଶନକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ୟେଙ୍ଗୁନ୍, ମାଣ୍ଡଲେ ଏବଂ ଅନ୍ୟାନ୍ୟ ସହରରେ ରାଲି କରିଥିଲେ। ଆଉ ଏହି ରାଲି ସମୟରେ ସେନା ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା | ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶନିବାର ସନ୍ଧ୍ୟା ସୁଦ୍ଧା ସେନା ଗୁଳିରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୯୧କୁ ବୃଦ୍ଧି ପାଇଛି।

ଏହାପୂର୍ବରୁ ମାର୍ଚ୍ଚ ୧୪ରେ, ୭୪ ରୁ ୯୦ ଜଣ ପ୍ରଦର୍ଶନକାରୀଙ୍କୁ ସେନା ଗୁଳିରେ ପ୍ରାଣ ହରାଇବାକୁ ପଡିଥିଲା | ସୂଚନା ଥାଉ କି ମିଆଁମାରରେ ସାମରିକ ଶାସନ ପ୍ରତ୍ୟାବର୍ତ୍ତନ ପରେ ସାରା ଦେଶରେ ପ୍ରଦର୍ଶନ ଚାଲିଛି। ବିକ୍ଷୋଭକାରୀମାନେ ନିର୍ବାଚିତ ସରକାରକୁ ପୁନଃସ୍ଥାପନ ପାଇଁ ଦାବି କରୁଛନ୍ତି।