ନୂଆଦିଲ୍ଲୀ: ଦେଶରେ ସୋମବାର ୯୧୮ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସକ୍ରିୟ ମାମଲା ୬ ହଜାର ଟପିଲାଣି। ଗତ ୨୪ ଘଣ୍ଟାରେ ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ରାଜସ୍ଥାନରେ ୨ ଜଣଙ୍କର, କର୍ଣ୍ଣାଟକରେ ଜଣଙ୍କର ଏବଂ କେରଳରେ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ କରୋନା ମୃତ୍ୟୁସଂଖ୍ୟା ୫,୩୦,୮୦୬। ଦେଶରେ ଦୈନିକ ପଜିଟିଭ୍ ହାର ୨.୦୮ ପ୍ରତିଶତଓ ସାପ୍ତାହିକ ପଜିଟିଭ ହାର ୦.୮୬ ପ୍ରତିଶତ ଅଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୪.୪୬ କୋଟି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୧ ପ୍ରତିଶତ। କରୋନା ଆରୋଗ୍ୟ ହାର ୯୮.୮ ପ୍ରତିଶତ। ମୋଟ୍ ୪,୪୧,୫୯,୧୮୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ଦେଶରେ ୯୧୮ ନୂଆ କରୋନା ମାମଲା: ୨୪ ଘଣ୍ଟାରେ ୪ ମୃତ
/sambad/media/post_attachments/wp-content/uploads/2022/11/corona-in-china.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)