ସାଂଘାତିକ ହେଲାଣି ମହାରାଷ୍ଟ୍ର ସ୍ଥିତି, ଗୋଟିଏ ଦିନରେ ୯୨୦ ଆକ୍ରାନ୍ତ ମୃତ

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ମହାମାରୀ ଦିନକୁ ଦିନ ଅଧିକ କରାଳ ରୂପ ଧାରଣ କରିବାରେ ଲାଗିଛି । ବୁଧବାରଦିନ ମହାରାଷ୍ଟ୍ରରେ ରେକର୍ଡ ୯୨୦ ଜଣ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ମହାରାଷ୍ଟ୍ରରେ ଏପର୍ୟ଼୍ୟନ୍ତ ୭୨୬୬୨ ଜଣ ମୃତ୍ୟୁବରଣ କରିସାରିଲେଣି । ରାଜ୍ୟରେ ବୁଧବାରଦିନ ୫୭୬୪୦ ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଛି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮ ଲକ୍ଷ ୮୦ ହଜାରରେ ପହଞ୍ଚିଲାଣି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରାୟ ୫୭ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି ।

ଅନ୍ୟପକ୍ଷରେ ଦିଲ୍ଲୀରେ ଦୈନିକ କରୋନା ମୃତ୍ୟୁସଂଖ୍ୟା କିଛିଟା ହ୍ରାସ ପାଇଛି । ଦିଲ୍ଲୀରେ ବୁଧବାରଦିନ ପ୍ରାୟ ୩୧୧ ଜଣ ମୃତ୍ୟୁବରଣ କରିଛନ୍ତି । ଗତ ତିନି ଦିନ ଧରି ଦୈନିକ ମୃତ୍ୟୁସଂଖ୍ୟା ୪୦ ଉପରେ ରହୁଥିଲା । ଦିଲ୍ଲୀରେ ବୁଧବାରଦିନ ୨୦୯୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କର୍ଣ୍ଣାଟକରେ ବୁଧବାରଦିନ ପ୍ରାଯ ୫୦୧୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପ୍ରାୟ ୩୪୬ ଜଣ ମୃତ୍ୟୁବରଣ କରିଛନ୍ତି । କେରଳରେ ୪୧୯୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ପ୍ରାୟ ୫୮ ଜଣ ମୃତ୍ୟୁବରଣ କରିଛନ୍ତି ।

ସମ୍ବନ୍ଧିତ ଖବର