ଦେଶରେ କୋଭିଡ୍‌ ନେଲାଣି ୯୩ କରୋନା ଯୋଦ୍ଧା ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ : ଦେଶରେ କୋଭିଡ୍‌ ୯୩ ଜଣ କରୋନା ଯୋଦ୍ଧା ଡାକ୍ତରଙ୍କ ଜୀବନ ନେଲାଣି। କୋଭିଡ-୧୯ ଚିକିତ୍ସା ଜାରି ରଖିବା ଅବସରରେ ଦେଶରେ ୧୨୭୯ ଡାକ୍ତର ସଂକ୍ରମିତ ହୋଇଥିବା ବେଳେ ୯୩ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଭାରତୀୟ ଚିକିତ୍ସକ ସଂଘ (ଆଇଏମ୍‌ଏ) ପକ୍ଷରୁ ପ୍ରକାଶ ପାଇଛି। ୩୫ ବର୍ଷରୁ କମ୍‌ ବୟସର ୭୭୧ ଜଣ ଡାକ୍ତର କୋଭିଡ-୧୯ ସଂକ୍ରମିତ ହୋଇଥିବାବେଳେ ୩୫ ବର୍ଷରୁ ଊର୍ଦ୍ଧ୍ବ ବୟସର ୨୪୭ ଜଣ ଏବଂ ୫୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ୨୬୧ ଜଣ ସଂକ୍ରମିତ ହୋଇଥିବା ଆଇଏମ୍‌ଏ ସୂଚନା ଦେଇଛି। ଏହା ସହିତ ବହୁ ସଂଖ୍ୟାରେ ସ୍ବାସ୍ଥ୍ୟକର୍ମୀ ମଧ୍ୟ ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧିତ ଖବର