ସୁସ୍ଥ ହେଲେ କରୋନାଭାଇରସ୍ ଆକ୍ରାନ୍ତ ୯୩ ବର୍ଷିୟ କେରଳ କୃଷକ ଓ ତାଙ୍କ ୮୮ ବର୍ଷୀୟ ପତ୍ନୀ

ପତନମତିଟଟା: କେରଳ ରାଜ୍ୟର ପତନମତିଟଟା ଜିଲ୍ଲାର ମାରାତ୍ମକ କରୋନାଭାଇରସ ସଂକ୍ରମିତ ହୋଇଥିବା ଜଣେ ୯୩ ବର୍ଷିୟ କୃଷକ ସୁସ୍ଥ ହୋଇଛନ୍ତି । ଏଥିରେ ଆକ୍ରାନ୍ତ ହୋଇଥିବା ତାଙ୍କ ୮୮ ବର୍ଷୀୟ ପତ୍ନୀ ମଧ୍ୟ ସୁସ୍ଥ ହୋଇଥିବା ଜଣାପଡ଼ିଛି ।

ଗତ ମାସରେ ଇଟାଲିରୁ ଫେରିଥିବା ପୁଅ, ବୋହୂ ଓ ନାତିଙ୍କ ସଂସ୍ପର୍ଶରେ ଆସି କୃଷକ ଟୋମାସ ଆବ୍ରାହାମ ଏବଂ ତାଙ୍କ ପତ୍ନୀ ମାରିୟାମ୍ମା କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିଲେ । ଦୀର୍ଘ ଦିନ ଜୀବନ-ମରଣ ସଂଗ୍ରାମ କରିବା ପରେ ଉଭୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ବୋଲି କୁହାଯାଉଛି ।

Image Source: DTnext

ସେମାନଙ୍କ ନାତି ରିଜୋ ମନସି କହନ୍ତି ସୁସ୍ଥ ଜୀବନଚର୍ଯ୍ୟା ବୋଧହୁଏ ସେମାନଙ୍କ ଆରୋଗ୍ୟର ରହସ୍ୟ । ଜେଜ ମଦ୍ୟପାନ କି, ଧୂମପାନ କରନ୍ତି ନାହିଁ । ଜିମ୍ ନ ଯାଇ ମଧ୍ୟ ତାଙ୍କର ଶରୀରର ମାଂସପେଶୀ ଖୁବ୍ ଉନ୍ନତ ।

ପେଜ, ଖମ୍ବଆଳୁ ବା ପଣସ ମିଶ୍ରଣରେ ପ୍ରସ୍ତୁତ “ପାଝାକାଞ୍ଜି’ ହେଉଛି ଆବ୍ରାହାମଙ୍କର ପ୍ରିୟ ଭୋଜନ । କୋଟ୍ଟାୟମ୍ ମେଡିକାଲ୍ କଲେଜ ହସପିଟାଲର ଆଇସୋଲେସନ୍ ୱାର୍ଡରେ ମଧ୍ୟ ସେ ଏହି ଖାଦ୍ୟ ଖାଉଥିଲେ ।

ସାଧାରଣତଃ କରୋନାଭାଇରସ୍ ଆକ୍ରାନ୍ତ ବୟୋବୃଦ୍ଧ ବ୍ୟକ୍ତିମାନଙ୍କୁ ସୁସ୍ଥ କରିବା କଷ୍ଟକର ବ୍ୟାପାର । ସବୁ ସତ୍ତ୍ୱେ ଆବ୍ରାହାମ୍ ଏବଂ ତାଙ୍କ ପତ୍ନୀଙ୍କୁ ସୁସ୍ଥ କରିଥିବାରୁ ଇଟାଲିରେ ରଞ୍ଜନରଶ୍ମି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସେମାନଙ୍କ ନାତି ରିଜୋ କେରଳର ଡାକ୍ତରମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ସମ୍ବନ୍ଧିତ ଖବର