‘ଚନ୍ଦ୍ରଯାନ-୨’ର ୯୫ ପ୍ରତିଶତ କାର୍ଯ୍ୟକ୍ଷମ, କେବଳ ୫ ପ୍ରତିଶତ ବିଫଳ ହୋଇଛି: ଇସ୍ରୋ

ନୂଆଦିଲ୍ଲୀ: ‘ଚନ୍ଦ୍ରଯାନ-୨’ର ଲାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ପରେ ଚନ୍ଦ୍ରାବତରଣ ବିଫଳ ହୋଇଥିବା ଖବର ପ୍ରସାରିତ ହୋଇଛି। ଇସ୍ରୋ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଛି।  ଇସ୍ରୋର ଜଣେ ଅଧିକାରୀଙ୍କ ସୂତ୍ର ଅନୁସାରେ  ଚନ୍ଦ୍ରଯାନ-୨ର ୯୫ ପ୍ରତିଶତ ଯନ୍ତ୍ରାଂଶ  କାର୍ଯ୍ୟକ୍ଷମ ରହିଛି ଓ ଅରବିଟର୍ ଚନ୍ଦ୍ର କକ୍ଷରେ ସଂପୂର୍ଣ୍ଣ ସକ୍ରିୟ ରହିଛି। ଏହାର ମାତ୍ର ୫ ପ୍ରତିଶତ ଠିକ ଭା‌ବେ କାର୍ଯ୍ୟ କରିନାହିଁ।

ଇସ୍ରୋର ଅଧିକାରୀ ଜଣକ ପିଟିଆଇକୁ କହିଛନ୍ତି କି ‘ଅର୍ବିଟର ଚନ୍ଦ୍ରମା କକ୍ଷରେ ପୂରାପୂରି ସୁରକ୍ଷିତ ଏବଂ ସଫଳ ଭାବେ କାମ ବି କରୁଛି। ୨୩୭୯ କିଲୋଗ୍ରାମ ବିଶିଷ୍ଟ ଏହି ଅର୍ବିଟର ମିସନର ଜୀବନକାଳ  ୧ ବର୍ଷ। ଏହି ବର୍ଷେ ଭିତରେ ଅରବିଟର୍‌ ଚନ୍ଦ୍ରଲୋକର ବିଭିନ୍ନ ଫଟୋ ଉଠାଇ ଇସ୍ରୋକୁ ପଠାଇବ।’ ଜାଣିବାକୁ ମିଳିଛି ଯେ ମିସନର କେବଳ ୫ ପ୍ରତିଶତ ବିଫଳ ହୋଇଛି। ଆଉ ୯୫ ପ୍ରତିଶତ ସଫଳତାପୂର୍ବକ ଚନ୍ଦ୍ରର ପରିକ୍ରମା କରୁଛି।

ଉଲ୍ଲେଖଯୋଗ୍ୟ, ୩,୮୪୦ କିଲୋଗ୍ରାମ ଓଜନର ଚନ୍ଦ୍ରଯାନ-୨କୁ ଜୁଲାଇ ୨୨ ତାରିଖରେ ପ୍ରେରଣ କରାଯାଇ ଥିଲା। ଚନ୍ଦ୍ରଯାନ-୨ ପୃଥିବୀ ଛାଡ଼ି ଅଗଷ୍ଟ ୧୪ ତାରିଖରେ ଚନ୍ଦ୍ରକୁ ଯାତ୍ରା ଆରମ୍ଭ କରିଥିଲା। ଅଗଷ୍ଟ ୨୦ରେ ଏହା ଚନ୍ଦ୍ର କକ୍ଷରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର