କାନପୁର: ଉତ୍ତରପ୍ରଦେଶର କାନପୁର ଘଟିଛି ଏକ ଅଭାବନୀୟ ଘଟଣା। କାନପୁରରେ ହୋଇଥିବା ବୁଲ୍ଡୋଜର୍ ଆକ୍ସନରେ ଘରେ ନିଆଁ ଲାଗି ମାଆ ଓ ଝିଅଙ୍କ ମୃତ୍ୟୁ ଘଟିଛି। ଏହି ମାମଲାକୁ ନେଇ ତହସିଲ ପ୍ରଶାସନ ଉପରେ ହତ୍ୟା ଅଭିଯୋଗ ଲଗାଯାଇଛି। କୁହାଯାଉଛି ଯେ ବୁଲ୍ଡୋଜର ଆକ୍ସନ ବେଳେ ମାଆ ଓ ଝିଅ ରହୁଥିବା ଛପର ଘରେ ନିଆଁ ଲାଗିବାରୁ ସେମାନଙ୍କର ମୃତ୍ୟୁ ହୋଇଛି। ଏହି ଦୁଇ ଜଣଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ପରିବାରର ମୁଖିଆ ଗୁରୁତର ଆହତ ହୋଇଛନ୍ତି।
ଏ ନେଇ ପୁଲିସ୍ ଅଧୀକ୍ଷକ ଗଣାମଧ୍ୟମରେ ନିଜର ବୟାନ ଦେଇ କହିଛନ୍ତି ଯେ ‘ଜବରଦଖଲ ଉଚ୍ଛେଦ ଅଭିଯାନ ପାଇଁ ଆମର ଏକ ଦଳ ଯାଇ ଗ୍ରାମରେ ପହଞ୍ଚିଥିଲା। ସେହି ସମୟରେ ମହିଳା ଓ ତାଙ୍କ ଝିଅ ଘର ଭିତରେ ରହି ନିଜେ ନିଆଁ ଲଗାଇ ଦେଲେ। ଯେଉଁ କାରଣରୁ ସେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି।’
ଏହା ପୂର୍ବରୁ ଗତ ଜାନୁଆରି ମାସରେ ପୀଡ଼ିତ ପରିବାରଙ୍କ ଘର ଭାଙ୍ଗି ଦିଆଯାଇଥିଲା। ଯାହାପରେ ସେମାନେ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଥିଲେ। ପୀଡ଼ିତାଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ତହସିଲ ପ୍ରଶାସନର ଲୋକ ଗ୍ରାମରେ ଥିବା ଏକ ମନ୍ଦିର ଭାଙ୍ଗିବାକୁ ଯାଇ ପହଞ୍ଚିଥିଲେ। ସେହି ସମୟରେ ସେମାନେ ଘରେ ନିଆଁ ଲଗାଇ ଦେଇଥିଲେ। ଫଳରେ ମାଆ ଓ ଝିଅଙ୍କର ମୃତ୍ୟୁ ଘଟିଛି ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Untitled-70.jpg)