ରାଣୀଙ୍କୁ ୯୬ ତୋପ ସଲାମୀ

ଲଣ୍ଡନ : ରାଣୀ ଏଲିଜାବେଥ ଦ୍ବିତୀୟଙ୍କୁ ଶୁକ୍ରବାର ଦିନ ୯୬ ତୋପ ସଲାମୀ ଦିଆଯାଇଥିଲା। ବ୍ରିଟେନର ୪ ପାର୍ଶ୍ବରୁ ରାଣୀଙ୍କ ପାଇଁ ତୋପ ସଲାମୀ ଦିଆଯାଇଥିଲା। ରାଣୀଙ୍କ ଜୀବନର ପ୍ରତି ବର୍ଷ ପାଇଁ ଗୋଟିଏ ତୋପ ସଲାମୀ ହିସାବରେ ମୋଟ୍‌ ୯୬ଟି ତୋପ ସଲାମୀ ଦିଆଯାଇଥିଲା। ରାଜଧାନୀର ଟାୱାର ଅଫ୍‌ ଲଣ୍ଡନ ଏବଂ ହାଇଡ ପାର୍କ, ସ୍କଟଲାଣ୍ଡର ଏଡିନବର୍ଗ କାଷ୍ଟଲ, ଉତ୍ତର ଆୟରଲାଣ୍ଡ୍‌ର ହିଲ୍ସବର୍ଗ କାଷ୍ଟଲ୍‌, ୱେଲ୍ସର କାର୍ଡିଫ କାଷ୍ଟଲ , ଚ୍ୟାନେଲ ଆଇଲାଣ୍ଡ ଏବଂ ଗିବ୍ରାଲଟରରେ ତୋପ ସଲାମୀ ଦିଆଯାଇଥିଲା।

ରବିବାର ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ
ନୂଆଦିଲ୍ଲୀ : ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ଘଟଣାରେ ଭାରତ‌ ଶୋକ ପ୍ରକାଶ କରିଛି। ରାଣୀ ଏଲିଜାବେଥ ଦ୍ବିତୀୟଙ୍କୁ ସମ୍ମାନ ଜଣାଇ ଭାରତ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ରାଷ୍ଟ୍ରୀୟ ଶୋକ ପାଳନ କରିବ। ଗୁରୁବାର ରାତିରେ ରାଣୀଙ୍କ ମୃତ୍ୟୁ ଖବର ପ୍ରସାରଣ ହେବାପରେ ଅନ୍ୟ ବିଶ୍ବନେତାଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୋକ ବ୍ୟକ୍ତ କରିଥିଲେ। ଅନ୍ୟପକ୍ଷେ ବ୍ରିଟେନରେ ଆଜିଠାରୁ ୭ ଦିନିଆ ଶୋକ ପାଳନ ହେଉଛି।

ସମ୍ବନ୍ଧିତ ଖବର