ନୂଆଦଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆଦିଲ୍ଲୀରେ ଏକ ନିର୍ବାଚନୀ ସଭାରେ କଂଗ୍ରେସକୁ ଶାଣିତ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ସରକାର ଅମଳରେ ବିପୁଳ ପରିମାଣରେ ଟିକସ ଆଦାୟ କରାଯାଉଥିଲା । ନେହେରୁଙ୍କ ସମୟରେ ଆୟର ଏକ ଚତୁର୍ଥାଂଶ ଟିକସ ଦେବାକୁ ପଡ଼ୁଥିବାବେଳେ ଇନ୍ଦିରା ଗାନ୍ଧିଙ୍କ ସମୟରେ ସ୍ଥିତି ଏପରି ହୋଇଥିଲା ଯେ ଲୋକଙ୍କୁ ୯୭.୫ ପ୍ରତିଶତ ଟିକସ ଦେବାକୁ ପଡ଼ୁଥିଲା ।
ଐତିହାସିକ ତଥ୍ୟ ଅନୁସାରେ ୧୯୭୦ ମସିହାରେ ଇନ୍ଦିରା ସରକାର ଆୟକର ହାର ୯୩.୫ ପ୍ରତିଶତକୁ ବୃଦ୍ଧି କରିଥିଲେ । ୧୯୭୩-୭୪ ବେଳକୁ ତାହାକୁ ଆହୁରି ବୃଦ୍ଧି କରି ୯୭.୫ ପ୍ରତିଶତ କରିଦିଆଯାଇଥିଲା ।
ସେ କହିଛନ୍ତି ଯେ ତାଙ୍କ ସରକାର ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଆୟକର ସଂପୂର୍ଣ୍ଣ ଶୂନ କରିଦେଇଛନ୍ତି । ଏହା ଦ୍ବାରା ମଧ୍ୟବିତ୍ତଙ୍କ ପକେଟକୁ ଅଧିକ ଅର୍ଥ ଆସିବ । କିନ୍ତୁ ପୂର୍ବରୁ ଯଦି ଆପଣ ନେହେରୁଙ୍କ ସମୟରେ ୧୨ ଲକ୍ଷ ଟଙ୍କା ଆୟ କରୁଥିଲେ ତେବେ ଆପଣଙ୍କୁ ଏକ ଚତୁର୍ଥାଂଶ ( ୩ ଲକ୍ଷ ଟଙ୍କା) ଦେବାକୁ ପଡ଼ୁଥିଲା । ପୁଣି ଇନ୍ଦିରା ଗାନ୍ଧିଙ୍କ ସମୟରେ ୧୨ ଲକ୍ଷ ଟଙ୍କା ଆୟ ଉପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେବାକୁ ପଡ଼ୁଥିଲା ।
କ’ଣ କହେ ଇତିହାସ ?
ଐତିହାସିକ ତଥ୍ୟ ଅନୁସାରେ ୧୯୭୦ ମସିହାରେ ଇନ୍ଦିରା ସରକାର ଆୟକର ହାର ୯୩.୫ ପ୍ରତିଶତକୁ ବୃଦ୍ଧି କରିଥିଲେ । ୧୯୭୩-୭୪ ବେଳକୁ ତାହାକୁ ଆହୁରି ବୃଦ୍ଧି କରି ୯୭.୫ ପ୍ରତିଶତ କରିଦିଆଯାଇଥିଲା । ଆୟ ଓ ସମ୍ପତ୍ତିରେ ସମାନତା ଲାଗି ଏପର କରାଯାଇଥିଲା ବୋଲି ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି କହୁଥିଲେ । କିନ୍ତୁ ବ୍ୟାପକ ଟିକସ ଚୋରି ପରେ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା ।