୨୪ ଘଣ୍ଟାରେ ୯୯୧ ଆକ୍ରାନ୍ତ: ୪୩ ମୃତ, ଆକ୍ରାନ୍ତ ସଂଖ୍ୟା ୧୪ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ ଆଜି ଲକ୍‌ଡାଉନ୍‌କୁ ୨୫ ଦିନ ପୂର୍ତ୍ତି ହୋଇଥିବା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୧୦୫ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୪୩ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭୯୨ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ମୁତାବକ ପ୍ରତ୍ୟେକ ୨୪ଟି ନମୁନା ଯାଞ୍ଚରେ ଗୋଟିଏ ପଜିଟିଭ୍‌ ମିଳୁଛି। ଭାରତରେ ମୃତ୍ୟୁ ସଂଖ୍ୟା ୪୮୮ରେ ପହଞ୍ଚିଥିବା ବେଳେ ଦେଶର ସମସ୍ତ ଅଂଚଳରେ କରୋନା ମୁକାବିଲା ପାଇଁ ଯୁଦ୍ଧସ୍ତରରେ ପ୍ରୟାସ ଜାରି ରହିଛି। ଦେଶରେ କରୋନା ଭାଇରସ୍‌ ଟେଷ୍ଟ୍‌ ସଂଖ୍ୟା ୩ ଲକ୍ଷ ୧୮ ହଜାର ଅତିକ୍ରମ କରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୩୨ ହଜାର ଲୋକଙ୍କ ନମୁନା ପରୀକ୍ଷା କରାସପ୍ତାହକ ମଧ୍ୟରେ ଭାରତରେ ଟେଷ୍ଟ୍‌ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିବ। ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ମହାରାଷ୍ଟ୍ରରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୬୫ରେ ପହଞ୍ଚିଛି। ଦିଲ୍ଲୀରେ ୨୪ ଘଣ୍ଟାରେ ୨୧ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬୧ରେ ପହଞ୍ଚିଛି। ଆନ୍ଧ୍ରପ୍ରଦେଶରେ ବିଗତ ୨୪ ଘଣ୍ଟାରେ ୩୧ଟି ମାମଲା ଆସିଛି। ଗୁଜରାଟରେ ଆଜି ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଛି। ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରିଯାଇଛି। ରାଜଧାନୀ ଅହମଦାବାଦ ରୋଡ୍‌ଜୋନ୍‌ ଘୋଷିତ ହୋଇଛି। ରାଜସ୍ଥାନରେ ଦିନକ ମଧ୍ୟରେ ଆଉ ୪୧ଟି ପଜିଟିଭ ମାମଲା ଆସିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦ରେ ପହଞ୍ଚିଛି।

ଛତିଗଡ଼ ରାଜଧାନୀରେ ୨୦ ଦିନ ମଧ୍ୟରେ ୨ ଶହ ଶଯ୍ୟା ବିଶିଷ୍ଟ ଏକ ସ୍ବତନ୍ତ୍ର କରୋନା ହସ୍ପିଟାଲ ନିର୍ମାଣ କରାଯାଇଛି । ଏଥିରେ ୧୨ଟି ଭେଣ୍ଟିଲେଟର ବ୍ୟବସ୍ଥା ମଧ୍ୟ ରହିଛି। ମହାରାଷ୍ଟ୍ରରେ ଦେଶର ସର୍ବାଧିକ ୩୩୦୦ କରୋାନ୍ତ ରହିଛନ୍ତି। ଗତକାଲି ରାଜ୍ୟରେ ୭ ଜଣ କରୋନାରେ ପ୍ରାଣ ହରାଇଥିଲେ। ମୁମ୍ବାଇ ଏବେ ଦେଶର କରୋନା ହଟ୍‌ସ୍ପଟ୍‌ ପାଲଟିଥିବା ବେଳେ ଏହା ପଛକୁ ମଧ୍ୟପ୍ରଦେଶର ଇନ୍ଦୋର ସହରର ସ୍ଥିତି ମଧ୍ୟ ଉଦ୍‌ବେଗଜନକ ରହିଛି। ଲକ୍‌ଡାଉନ୍‌ ପୂର୍ବରୁ ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ମାମଲା ୩ ଦିନରେ ଦୁଇଗୁଣ ହେଉଥିବା ବେଳେ ଏବେ ୬.୨ ଦିନରେ ଏହା ଦୁଇଗୁଣ ହେଉଛି। ୧୯ ରାଜ୍ୟରେ କରୋନା ସଂକ୍ରମଣ ହାର ଯଥେଷ୍ଟ କମ୍‌ ରହିଛି । କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ରଣନୀତି ସଫଳ ହେଉଥିବାରୁ ଆସନ୍ତା ୨୦ ତାରିଖଠାରୁ ବିଭିନ୍ନ ରାଜ୍ୟରେ କଟକଣା କୋହଳ ହେବ ବୋଲି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର