ଚାକିରି ସମସ୍ୟା: କିରାଣୀ ସ୍ତରୀୟ ନିଯୁକ୍ତି ପାଇଁ ଆବେଦନ କଲେ ପିଏଚ୍‌ଡି, ଏମ୍‌ଫିଲ୍‌ ଡିଗ୍ରିଧାରୀ

ଚେନ୍ନାଇ: ବେକାରୀ ସମସ୍ୟା ଏବେ ଏତେ ବଢ଼ି ଯାଇଛି ଯେ ଉଚ୍ଚ ଶିକ୍ଷା ଲାଭ କରିଥିବା ଯୁବକମାନେ କିପରି ଚାକିରି ଖଣ୍ଡେ ପାଇଁ ଦଶମ ଶ୍ରେଣୀ ଶିକ୍ଷାଗତ ଯୋଗ୍ୟତା ଥିବା ପିଲାଙ୍କ ନିମସ୍ତେ ଉଦ୍ଦିଷ୍ଟ ଚାକିରି ପାଇଁ ଧାଡ଼ି ଲଗାଇଛନ୍ତି ତାହା ଆପଣଙ୍କୁ ଚକିତ କରିଦେବ। ତାମିଲ୍‌ନାଡୁରେ ଗତ ଫେବ୍ରୁଆରି ୧୧ ତାରିଖରେ ତାମିଲ୍‌ନାଡୁ ପବ୍ଲିକ୍‌ ସର୍ଭିସ କମିସନ୍‌(ଟିଏନ୍‌ପିଏସ୍‌ସି) ପକ୍ଷରୁ ଏକ ପରୀକ୍ଷା ଆୟୋଜିତ କରାଯାଇଥିଲା। ଟାଇପିଷ୍ଟ୍‍ , ଭିଲେଜ୍‌ ଅଡ୍‌ମିନ୍‌ଷ୍ଟ୍ରେଟିଭ୍‌ ଅଫିସ୍‌ର ଏବଂ ଷ୍ଟେନୋଗ୍ରାଫର୍‌ ପାଇଁ ସମୁଦାୟ ୯,୫୦୦ ପଦବୀ ନିମେସ୍ତ ଏହି ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାରେ ରାଜ୍ୟର ପ୍ରାୟ ୨୦ ଲକ୍ଷ ପରୀକ୍ଷାର୍ଥୀ ଭାଗ ନେଇଥିଲେ।

ଆଶ୍ଚର୍ଯ୍ୟର କଥା ହେଉଛି ଏହି ପରୀକ୍ଷାରେ ଦେଖିବାକୁ ମିଳିଥିଲେ ୯୯୨ ଜଣ ପିଏଚ୍‌ଡି ଡିଗ୍ରିଧାରୀ, ୨୩,୦୦୦ ଏମ୍‌ଫିଲ୍‌ ଡିଗ୍ରିଧାରୀ, ୨.୫ ଲକ୍ଷ ପିଜି ପାସ୍‌ଆଉଟ୍‌ ଛାତ୍ରଙ୍କ ବ୍ୟତୀତ ୮ ଲକ୍ଷ ଗ୍ରାଜୁଏଟ୍‌ ଛାତ୍ର। ଏହି କିରାଣୀ ସ୍ତରୀୟ ପଦବୀ ପାଇଁ ଉଚ୍ଚ ଶିକ୍ଷା ଲାଭ କରିଥିବା ଯୁବକଙ୍କ ଉତ୍ସୁକତା ଏବେ ଦେଶର ଚାକିରି ସମସ୍ୟାକୁ ବେଶ୍‌ ଭଲ ଭାବରେ ପ୍ରତିପାଦନ କରୁଛି। ଟିଏନ୍‌ପିଏସ୍‌ସି ପକ୍ଷରୁ ପ୍ରକାଶ ପାଇଥିବା ଡାଟା ମୁତାବକ, ୧୯.୮୩ ଲକ୍ଷ ଯୁବକ ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଲକ୍ଷ ପରୀକ୍ଷା ଦେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର