ଦିନକରେ ୯ ଲକ୍ଷ ନମୁନା ପରୀକ୍ଷା: ୨୪ ଘଣ୍ଟାରେ ଆକ୍ରାନ୍ତ ୫୫୦୭୯, ଆରୋଗ୍ୟ ୫୭୫୮୪

୨୦, ୩୦, ୪୦ ବର୍ଷୀୟମାନେ ହିଁ ବଢ଼ାଉଛନ୍ତି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦିନକରେ ରେକର୍ଡ ପାଖାପାଖି ୯ ଲକ୍ଷ(୮ ଲକ୍ଷ ୯୯ ହଜାର ୮୬୪) ନମୁନା ଗତ ୨୪ ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଛି। ଏଥିସହିତ ଦେଶରେ କରୋନା ରୋଗୀ ଚିହ୍ନଟ ପାଇଁ ମୋଟ ପରୀକ୍ଷା ସଂଖ୍ୟା ୩ କୋଟି ୯ ଲକ୍ଷ ୪୧ ହଜାର ୨୬୪ରେ ପହଞ୍ଚିଛି। ଦେଶରେ ନମୁନା ପରୀକ୍ଷା ବଢ଼ି ଚାଲିଥିଲେ ମଧ୍ୟ ପଜିଟିଭ ହାର ହ୍ରାସ ପାଇଛି। ଦେଶରେ ଦିନକୁ ଏବେ ପ୍ରାୟ ୭ ଲକ୍ଷରୁ ୮ ଲକ୍ଷ ନମୁନା ପରୀକ୍ଷା ହେଉଛି। ପଜିଟିଭ ହାର ୧୦.୦୩ ପ୍ରତିଶତରୁ ୭.୭୨ ପ୍ରତିଶତକୁ ହ୍ରାସ ପାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମୃତ୍ୟୁସଂଖ୍ୟା ୫୧,୭୯୭‌ରେ ରହିଛି। ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ତୁଳନାରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୨.୯୩ ଗୁଣ ଅଧିକ ରହିଛି। ଦେଶରେ ଦୈନିକ ନୂଆ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ଏ ନେଇ କିଛି ଆଶ୍ବସ୍ତି ପ୍ରକାଶ କରାଯିବାର ନାହିଁ। ଗତ ୧୩ ତାରିଖରୁ ଦେଶରେ ନୂଆ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଲଗାତାର କମୁଛି। ଏକ ମହାମାରୀ ପାଇଁ ୫ ଦିନ ଅତ୍ୟମ୍ କମ୍ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। କରୋନା ମହାମାରୀର ମୁକାବିଲା ପାଇଁ ଦେଶରେ ଏବେ ୩ଟି ଟିକା ବିଭିନ୍ନ ପର୍ଯ୍ୟାୟରେ ରହିଛି। ଦିନେ ଦୁଇଦିନ ମଧ୍ୟରେ ଗୋଟିଏ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହେବ ବୋଲି ସୂଚନା ମିଳିଛି। କରୋନା ରୋଗୀଙ୍କ କ୍ଷେତ୍ରରେ ମୃତ୍ୟୁହାର ଜାତୀୟ ସ୍ତରରେ ୧.୯୨ ପ୍ରତିଶତ ରହିଛି। ତେବେ ଦେଶରେ ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ଏବେ ବି ମହାରାଷ୍ଟ୍ର ଆଗରେ ରହିଛି। ଏହା ପଛକୁ ତାମିନନାଡ଼ୁ ରହିଛି।

ନୂଆଦିଲ୍ଲୀ: କରୋନା ମହାମାରୀ ସଂପର୍କିତ କେତେକ ଭଲ ଖବର ଆଜି ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ତୁଳନାରେ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ରହିଛି। କେନ୍ଦ୍ର ସକରାରଙ୍କ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୫୦୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଏହାଠାରୁ ପ୍ରାୟ ଅଢ଼େଇ ହଜାର ଅଧିକ ଅର୍ଥାତ୍ ୫୭୫୮୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ଟପିଯାଇଛି।

ଜେନେଭା: ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ମହାମାରୀ କୋଭିଡ୍‌-୧୯ ଦ୍ବାରା ୨କୋଟି ୨୧ ଲକ୍ଷରୁ ଅଧିକ ଆକ୍ରାନ୍ତ ହେବା ସହ ପାଖାପାଖି ୭ ଲକ୍ଷ ୮୦ ହଜାର ଲୋକଙ୍କର ଜୀବନ ଗଲାଣି। ତଥାପି ଏହି ଘାତକ କରୋନାଭୂତାଣୁ ସାର୍ସ-କୋଭ-୨ର ସଂକ୍ରମଣ ଥମିବାର ନାଁ ନେଉନାହିଁ। ବିଶେଷ କରି ୨୦ ବର୍ଷୀୟ, ୩୦ ବର୍ଷୀୟ ଓ ୪୦ ବର୍ଷୀୟମାନଙ୍କ ଦ୍ବାରା ବଢ଼ିଚାଲିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି। ଏହାର ମୁଖ୍ୟ କାରଣ ହେଉଛି, ଏହି ଯୁବଗୋଷ୍ଠୀ କେଉଁଠି ନା କେଉଁଠି ପୂର୍ବରୁ ସଂକ୍ରମିତ ହୋଇସାରିଛନ୍ତି ବୋଲି ସେମାନଙ୍କ ଭିତରୁ ଅଧିକାଂଶ ଆଦୌ ସଚେତନ ନୁହନ୍ତି।

ସମ୍ବନ୍ଧିତ ଖବର