ରବିବାର ଆଲୁଅ ଲିଭାଇବା କଥା ମନେପକାଇ ମୋଦୀ ଟୁଇଟ୍ କଲେ: #୯ଟାରାତି୯ମିନିଟ୍

ନୂଆଦିଲ୍ଲୀ: ଆଜି ଏକ ଛୋଟ ଟୁଇଟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ପୁଣି ଥରେ ରବିବାର ରାତିରେ ଆଲୁଅ ଲିଭାଇବା କଥା ମନେପକାଇଛନ୍ତି ।
ସେ ଟୁଇଟ୍ କରିଛନ୍ତି: #୯ଟାରାତି୯ମିନିଟ୍ ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ଶୁକ୍ରବାର ଦିନ ଭିଡିଓ ବାର୍ତ୍ତାରେ ପ୍ରଧାମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରି କହିଥିଲେ ଯେ ରବିବାର ରାତି ୯ଟା ବେଳେ ୯ ମିନିଟ୍ ପାଇଁ ସେମାନେ ଘରର ଦୁଆର ଅଥବା ବାଲକୋନିରେ ମହମବତି, ଦୀପ, ଟର୍ଚ ଅଥବା ମୋବାଇଲ ଲାଇଟ୍ ଜାଳିବେ ।

କରୋନାଭାଇରସ୍ ସୃଷ୍ଟ ଅନ୍ଧକାରରୁ ଆଲୋକ ଆଡ଼କୁ ମୁହାଁଇବା ହେଉଛି ଏହାର ଉଦ୍ଦେଶ୍ୟ ବୋଲି ସେ ସ୍ପଷ୍ଟ କରି ଦେଇଥିଲେ ।

ଏହାଛଡ଼ା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିବେଦନ ବିଷୟରେ ଟୁଇଟ୍ କରି ଦେଶବାସୀଙ୍କୁ ସ୍ମରଣ କରାଇ ଦେଇଛନ୍ତି ।

Image Source: Hindustan Times

ଟୁଇଟ୍ କରି ଶ୍ରୀ ସିଂହ ଲେଖିଛନ୍ତି: ଆଜି ରାତି ଠିକ୍ ୯ଟା ବେଳେ ସମଗ୍ର ଭାରତ ତା’ର ପ୍ରତିବଦ୍ଧତା ସହ ସମଗ୍ର ବିଶ୍ୱକୁ ଅଭିନବ ବାର୍ତ୍ତା ପ୍ରଦାନ କରିବ । ଘରଦୁଆରେ କିଂବା ବାଲକୋନିରେ ମହମବତି ବା ମୋବାଇଲ୍ ଲାଇଟ୍ ଜାଳନ୍ତୁ ।

ଶ୍ରୀ ଗଡ଼କରୀ ଲେଖିଛନ୍ତି: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ସାମାଜିକ ଦୂରତ୍ୱ ପ୍ରତି ଧ୍ୟାନ ଦେଇ ଆଜି ରାତି ୯ଟା ବେଳେ ୯ ମିନିଟ ପାଇଁ ଝରକା, ବାଲକୋନି କିଂବା ଛାତ ଉପରେ ଦୀପ, ମହମବତି, ଟର୍ଚ କିଂବା ମୋବାଇଲ୍ ଫ୍ଲାସଲାଇଟ୍ ଜଳାଇ କରୋନା ଦ୍ୱାରା ବ୍ୟାପିଥିବା ଅନ୍ଧକାରରୁ ଆଲୋକ ଆଡ଼କୁ ଏବଂ ନିରାଶାରୁ ଆଶା ଆଡ଼କୁ ଅଗ୍ରସର ହେବା ।

ସମ୍ବନ୍ଧିତ ଖବର