ଗ୍ରେନେଡ ଆକ୍ରମଣରେ ୩ ସିଆରପିଏଫ ଯବାନ ଆହତ

ନୂଆଦିଲ୍ଲୀ: ପୁଣି ଯବାନଙ୍କ ଉପରକୁ ଗ୍ରେନେଡ ଆକ୍ରମଣ କଲେ ଆତଙ୍କବାଦୀ। ଜମ୍ମୁ-କଶ୍ମୀରର ଗନ୍ଦରବଲ ଅଞ୍ଚଳ‌ରେ ସିଆରପିଏଫ ଯବାନ ଉପରକୁ ଗ୍ରେନେଡ ମାଡ଼ କରାଯାଇଥିବା ବେଳେ ୩ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଆହତ ହୋଇଥିବା ୩ଜଣ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀମାନେ ଗନ୍ଦରବଲର ଡୁଡେରହାମା ଅଞ୍ଚଳ ଗ୍ରେନେଡ ମାଡ଼ କରିଥିବା କହିଛି ପୁଲିସ।

ଏହା ପୂର୍ବରୁ ଜମ୍ମୁ-କଶ୍ମୀରର ଅବନ୍ତିପୁରା ପୁଲିସ, ସେନା ଏବଂ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ସହିତ ମିଶି ଆତଙ୍କବାଦୀଙ୍କ ସହ ସଂପୃକ୍ତ ଥିବା ନେଟୱାର୍କର ପର୍ଦ୍ଦାଫାସ କରିଥିଲା। ଗିରଫ ଆତଙ୍କବାଦୀମାନେ ଟ୍ରାଲ ଏବଂ ସଙ୍ଗମ ଅଞ୍ଚଳରେ ହୋଇଥିବା ଗ୍ରେନେଡ ଆକ୍ରମଣ ସାମିଲ ଥିବା ସହ କିଛି ମାସ ମଧ୍ୟରେ ସେନା ଉପରକୁ ହୋଇଥିବା ସମସ୍ତ ଗ୍ରେନେଡ ଆକ୍ରମଣରେ ସାମିଲ ଥିଲେ। ନେଟୱାର୍କର ପର୍ଦ୍ଦାଫାସ ସହ ସେମାନେ ଲୁଚି ରହିଥିବା ସ୍ଥାନରୁ ପୁଲିସ ବିସ୍ଫୋରକ ଜିନିଷ ଜବତ କରିଥିଲା।

J&K Police bust Jaish-e-Mohammed module in Awantipora, 4 terrorist associates arrested; explosives recovered | India News
Times Now

ସେହିଭଳି ଗତମାସରେ ପୁଲିସ ଅବନ୍ତିପୁରାରୁ ଜୈସ-ଇ-ମହମ୍ମଦ ସହ ସାମିଲ ଥିବା ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ଗିରଫ ଦୁଇ ଆତଙ୍କବାଦୀ ୱାଗଡ ଟ୍ରାଲର ବିଲାଲ ଅହମ୍ମଦ ଚୋପାନ ଏବଂ ଚଟଲାମ ପମ୍ପୋରେର ମୁର୍ସାଲିନ ବଶିର ଶେଖ ବୋଲି ଜଣାପଡିଥିଲା। ଏମାନେ କଶ୍ମୀରର ପମ୍ପୋରେ ଏବଂ ଟ୍ରାଲ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର / ଗୁଳି ପରିବହନ ବ୍ୟତୀତ ଲଜିଷ୍ଟିକ୍ ସହାୟତା ଏବଂ ଆଶ୍ରୟ ଦେଉଥିବା ନେଇ ଜଣା ପଡ଼ିଥିଲା।

ସମ୍ବନ୍ଧିତ ଖବର