ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ମାତ୍ର ଅଳ୍ପ ଦିନ ବାକି ଅଛି। ଏଥିପାଇଁ ବିଜେପି ସମେତ ସମସ୍ତ ଦଳ ପ୍ରଚାର ଜାରି ରଖିଛନ୍ତି। ଜୁନ୍ ୪ ରେ ନିର୍ବାଚନ ଫଳାଫଳ ଘୋଷଣା ପରେ ଦେଶରେ ଏକ ନୂତନ ସରକାର ଗଠନ ହେବ। ଖବର ଅଛି ଯେ ନିର୍ବାଚନ ହେବା ପୂର୍ବରୁ ଅନେକ ମନ୍ତ୍ରଣାଳୟ ୧୦୦ ଦିନିଆ ରୋଡମ୍ୟାପରେ କାମ ଆରମ୍ଭ କରିସାରିଛନ୍ତି। ଆଶା କରାଯାଉଛି ଯେ ପ୍ରଥମ ୧୦୦ ଦିନରେ ଋଣ ସବସିଡି, ସ୍ଲିପର ବନ୍ଦେ ଭାରତ, ଗରିବଙ୍କ ପାଇଁ ଶସ୍ତା ଘର, ୨୪ ଘଣ୍ଟା ମଧ୍ୟରେ ରିଫଣ୍ଡ,ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ବ୍ରିଜ୍ ସମେତ ଅନେକ ଯୋଜନା ଅନ୍ତର୍ଭୁକ୍ତ ହେବ। ତେବେ ଏହି ବିଷୟରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ।
ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ସେମାନଙ୍କ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି ଏବଂ କ୍ୟାବିନେଟ ସଚିବ ସେସବୁକୁ ସମୀକ୍ଷା କରୁଛନ୍ତି। ଗୃହ ଋଣ ଛାଡ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ ରେ ଘୋଷଣା କରିଥିଲେ। ନୂତନ ସରକାର ନୀତି ପ୍ରଥମ ତିନିମାସ ପାଇଁ ନିର୍ଦ୍ଧାରଣ କରାଯାଉଛି।
ଟିକେଟ୍ ବାତିଲ କରୁଥିବା ଯାତ୍ରୀମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଫେରସ୍ତ କରିବାକୁ ଭାରତୀୟ ରେଳ ଯୋଜନା କରିଛି। ଯାତ୍ରୀମାନଙ୍କୁ ଟିକେଟ୍ ବୁକ୍ କରିବା ଏବଂ ଟ୍ରାକିଂ ଟ୍ରେନ୍ ଭଳି ସେବା ପାଇବାରେ ସାହାଯ୍ୟ କରିବାକୁ ଏକ ଆପ୍ ଲଞ୍ଚ କରାଯିବ। ରେଳବାଇ ଯାତ୍ରୀମାନଙ୍କ ପାଇଁ ପିଏମ୍ ରେଳ ଯାତ୍ରୀ ବୀମା ଯୋଜନା ଆରମ୍ଭ କରିବାକୁ ଯୋଜନା କରାଯାଇଛି।
ଏହା ବ୍ୟତୀତ ୪୦,୯୦୦ କିଲୋମିଟର ଲମ୍ବ ତିନୋଟି ଅର୍ଥନୈତିକ କରିଡର ପାଇଁ କ୍ୟାବିନେଟ ଅନୁମୋଦନକୁ ଅପେକ୍ଷା କରାଯାଇଛି। ଏଥିରେ ମୋଟ ୧୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଉଦାମପୁର-ଶ୍ରୀନଗର-ବାରମୁଳା ରେଳ ଲିଙ୍କ୍ ପ୍ରକଳ୍ପ ସମାପ୍ତ ହେବା ପରେ ରେଳବାଇ ଜମ୍ମୁ କଶ୍ମୀରକୁ ଟ୍ରେନ୍ ଚଳାଇବା ଯୋଜନା ସହିତ ଆଗକୁ ବଢୁଛି। ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ବ୍ରିଜ୍ ନ୍ୟୁ ପମ୍ବନ୍ ରେଲୱେ ବ୍ରିଜ୍ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ।
ରେଲୱେ ମଧ୍ୟ ବନ୍ଦେ ଭାରତ ଟ୍ରେନର ସ୍ଲିପର ସଂସ୍କରଣ ଆରମ୍ଭ କରିବା ଉପରେ ଅଧିକ ଧ୍ୟାନ ଦେଉଛି। ଏହା ସହିତ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ତ୍ୱରାନ୍ୱିତ ହେଉଛି। ତେବେ ଯୋଜନା ଅନୁଯାୟୀ, ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନର ପ୍ରାୟ ୩୨୦ କିଲୋମିଟର ଷ୍ଟ୍ରେଚ୍ ଏପ୍ରିଲ୍ ୨୦୨୯ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏସବୁ ବ୍ୟତୀତ ସଡକ ପରିବହନ ବିଭାଗ ପକ୍ଷରୁ ସଡକ ଦୁର୍ଘଟଣାର ଶିକାର ହଉଥିବା ଲୋକଙ୍କ ପାଇଁ ନଗଦବିହୀନ ଯୋଜନା ଆରମ୍ଭ କରିବାକୁ ପରିବହନ ମନ୍ତ୍ରଣାଳୟ ଯୋଜନା କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନୂତନ ସରକାରଙ୍କ ପ୍ରଥମ ତିନି ମାସରେ ଚାରୋଟି ନୂତନ ବିମାନବନ୍ଦର ଉଦଘାଟନ କରିବାକୁ ଯୋଜନା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/WhatsApp-Image-2024-04-09-at-10.09.38-PM.jpeg)