୫୮ ବର୍ଷୀୟାଙ୍କୁ ବଳାତ୍କାର ପରେ ଦାଆରେ ହତ୍ୟାକଲା ୧୬ ବର୍ଷର ବାଳକ

ରେୱା : ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୬ ବର୍ଷର ବାଳକ ଜଣେ ୫୮ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରିବା ପରେ ଦାଆରେ ଭୁଷି ତାଙ୍କୁ ନୃଶଂସଭାବେ ହତ୍ୟା କରିଛି। ଦୁଇବର୍ଷ ତଳେ ବାଳକଟି ଏକ ମୋବାଇଲ ଫୋନ୍ ଚୋରି କରିଥିବା ନେଇ ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା, ଯାହାର ପ୍ରତିଶୋଧ ନେବା ପାଇଁ ସେ ଏଭଳି କାଣ୍ଡ କରିଥାଇପାରେ ବୋଲି କୁହାଯାଉଛି। ହନୁମାନ ଥାନା ଅନ୍ତର୍ଗତ କୈଳାସପୁରୀ ଗାଁରେ ଜାନୁଆରି ୩୦ ତାରିଖ ରାତିରେ ଏହି ଘଟଣା ଘଟିଛି। ବାଳକଟି ମହିଳାଙ୍କ ଘରକୁ ଯାଇ ତାଙ୍କୁ ଘରର ଏକ ନିର୍ମାଣାଧୀନ ପ୍ରକୋଷ୍ଠକୁ ଘୋଷାରି ନେଇଥିଲା। ତାଙ୍କ ପାଟିରେ ଏକ ପ୍ଲାଷ୍ଟିକ୍ ବ୍ୟାଗ୍ ଓ କନାବିଣ୍ଡା ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା। ତା’ପରେ ଏକ ଦାଆ ସାହାଯ୍ୟରେ ଶରୀରର ବିଭିନ୍ନ ଅଂଶକୁ ଭୁଷି ଓ ହାଣି ହତ୍ୟା କରିଥିଲା। ପୁଲିସ ଏକ ମାମଲା ରୁଜୁ କରି ବାଳକକୁ ପଡ଼ିଶା ଘରୁ ଗିରଫ କରିଛି।

ସୂଚନାଯୋଗ୍ୟ ଦୁଇବର୍ଷ ତଳେ ବାଳକଟି ମହିଳାଙ୍କ ଘରକୁ ଟିଭି ଦେଖିବାକୁ ନିୟମିତ ଆସୁଥିଲା। ସେ ଏକ ମୋବାଇଲ ଫୋନ୍ ଚୋରି କରି ନେଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ସେ ଏପରି କାମ କରିଥାଇପାରେ ବୋଲି ମହିଳାଙ୍କ ପରିବାର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର