ପରୀକ୍ଷାରେ ସବୁ ବିଷୟରେ ଫେଲ ହୋଇ ବି ଉଡ଼ାଇଲେ ବିମାନ !

ଭଦୋଦରା: ଦଶମ ପରୀକ୍ଷାରେ ସବୁ ବିଷୟରେ ଫେଲ ହୋଇଥିଲେ ଗୁଜୁରାଟ ଭଦୋଦରାର ପ୍ରିନ୍ସ ପାଞ୍ଚଲ | ଯେଉଁଥିପାଇଁ ପଡିଶା ଲୋକ ତାଙ୍କୁ ବିଭିନ୍ନ ଟାହିଟାପରା କରୁଥିଲେ | କିନ୍ତୁ ପ୍ରିନ୍ସ ଏବେ ଏଭଳି କିଛି କାମ କରିଛନ୍ତି ଯାହାକୁ ନେଇ ଏବେ ସମସ୍ତେ ତାଙ୍କର ଭୁରି ଭୁରି ପ୍ରଶଂସା କରୁଛନ୍ତି | ୧୭ ବର୍ଷୀୟ ପ୍ରିନ୍ସ ଏବେ ରିମୋଟ କଣ୍ଟ୍ରୋଲ ଦ୍ୱାରା ପରିଚାଳିତ ୩୫ଟି ଛୋଟ ଛୋଟ ବିମାନ ଗଢ଼ିଛନ୍ତି | ଏହି ସବୁ ବିମାନ ହାଲୁକା ହୋଇଥିବାବେଳେ ସଂପୂର୍ଣ୍ଣ ସ୍ବଦେଶୀ ଉପକରଣ ବ୍ୟବହାର କରିଛନ୍ତି |

ଏସବୁ ବିମାନ ନିର୍ମାଣ କରି ପ୍ରିନ୍ସ ପ୍ରମାଣ କରିଦେଇଛନ୍ତି ଯେ କେବଳ ପାଠବହି ଜଣକୁ ସଫଳତା ଦେଇନଥାଏ | ପ୍ରିନ୍ସ ଏସବୁ ବିମାନ ଫ୍ଲେକ୍ସ ଓ ବିଭିନ୍ନ ହୋର୍ଡ଼ିଂଙ୍ଗରୁ ନିର୍ମାଣ କରିଛନ୍ତି | ପ୍ରିନ୍ସ କହିଛନ୍ତି ଯେ ଏହି ବିମାନ ନିର୍ମାଣର ପ୍ରେରଣା ନିଜ ଦାଦାଙ୍କ ପାଖରୁ ମିଳିଛି | ଦଶମ ପରୀକ୍ଷାରେ ସେ ଫେଲ ହୋଇଯିବା ପରେ ଘରେ ବସି ରହୁଥିଲେ |


ଏହା ପରେ ଘର ବାହାରେ ଲାଗିଥିବା ହୋର୍ଡ଼ିଂଙ୍ଗରୁ ସେ ଏହି ବିମାନ ସବୁକୁ ନିର୍ମାଣ କରିଥିଲେ | ତାଙ୍କ ଦାଦା କେବଳ ପାଠ ବହିର ଜ୍ଞାନ ହିଁ ସବୁ କିଛି ନୁହେଁ ବୋଲି କହିଥିଲେ | ଏହାପରେ ପ୍ରିନ୍ସ ଇଣ୍ଟରନେଟ ସାହାଯ୍ୟରେ ବିମାନ ପ୍ରସ୍ତୁତ କରି ଏହାକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଛାଡିଥିଲେ | ବିମାନଗୁଡିକ ରିମୋଟ କଣ୍ଟ୍ରୋଲ ମାଧ୍ୟମରେ ଉଡୁଥିବାବେଳେ ଏହାକୁ ଦେଖିବାକୁ ଏବେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି |

ସମ୍ବନ୍ଧିତ ଖବର