ଗ୍ବାଲିଅର: କୁହାଯାଏ ପ୍ରେମ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ନଥାଏ, ପ୍ରେମ କୌଣସି ବି ବୟସରେ ହୋଇପାରେ। ମଧ୍ୟପ୍ରଦେଶର ଗ୍ବାଲିଅରରୁ ପ୍ରେମକୁ ନେଇ ଏପରି ଏକ ରୋଚକ ଘଟଣା ସାମନାକୁ ଆସିଛି। ମୁରୈନା ଜିଲ୍ଲାରେ ରହୁଥିବା ୬୭ ବର୍ଷୀୟ ରାମକଲୀଙ୍କୁ ୨୮ ବର୍ଷୀୟ ଯୁବକଙ୍କ ସହ ପ୍ରେମ ହୋଇଯାଇଛି ଓ ଏହି ଦୁଇଜଣ ଏବେ ଲିଭ୍-ଇନ୍-ରିଲେସନସିପରେ ରହୁଛନ୍ତି।

Advertisment

ଏହି ପ୍ରେମୀଯୁଗଳ କହିଛନ୍ତି ସେମାନେ ପରସ୍ପରକୁ ଭଲପାଆନ୍ତି କିନ୍ତୁ ବିବାହ କରିବାକୁ ଚାହୁଁ ନାହାନ୍ତି। ସେଥିପାଇଁ ସେମାନଙ୍କ ଲିଭ୍-ଇନ୍-ରିଲେସନସିପକୁ ମାନ୍ୟତା ଦେବା ପାଇଁ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ପ୍ରେମୀଯୁଗଳ। ଏସଂପର୍କରେ ସୂଚନା ଦେଇ ଆଡଭୋକେଟ୍ ଦିଲୀପ ଅବସ୍ଥି କହିଛନ୍ତି, ଏହି ପ୍ରେମୀଯୁଗଳ ୬୭ ବର୍ଷୀୟ ରାମକଲୀ ଓ ୨୮ ବର୍ଷୀୟ ଭୋଲୁ ପରସ୍ପରକୁ ପ୍ରେମକରନ୍ତି ଓ ଏକାଠି ରହିବାକୁ ଚାହୁଁଛନ୍ତି; କିନ୍ତୁ ବିବାହ କରିବାକୁ ଚାହୁଁନାହାନ୍ତି। ଲିଭ୍-ଇନ୍-ରିଲେସନସିପରେ ରହୁଥିବା ସମୟରେ ଯେପରି କୌଣସି ବିବାଦ ନହେବ ସେଥିପାଇଁ ଏହି ଦୁଇଜଣ ନୋଟାରିଙ୍କ ପାଖରେ ସତ୍ୟପାଠ ମଧ୍ୟ କରେଇଛନ୍ତି।

publive-image

ଏହା ପୂର୍ବରୁ ରାମକଲୀ ଓ ଭୋଲୁ ଗ୍ଵାଲିଅରର ଜିଲ୍ଲା ନ୍ୟାୟାଳୟ ପହଞ୍ଚିଥିଲେ। ସେଠାରେ ସେମାନେ ଲିଭ୍-ଇନ୍-ରିଲେସନସିପରେ ରହିବା ପାଇଁ ସେମାନଙ୍କ କାଗଜପତ୍ର ନେଇ ପହଞ୍ଚିଥିଲେ ଓ ନୋଟାରୀଙ୍କ ପାଖରେ ସତ୍ୟପାଠ କରେଇଥିଲେ। ପ୍ରେମୀଯୁଗଳଙ୍କ ଅନୁସାରେ ଲିଭ୍-ଇନ୍-ରିଲେସନସିପରେ ରହିବା ସମୟରେ ଭବିଷ୍ୟତରେ କୌଣସି ପ୍ରକାର ବିବାଦ ଯେପରି ସୃଷ୍ଟି ନହେବ ସେଥିପାଇଁ କାଗଜପତ୍ର ସହ କୋର୍ଟ ଆସିଛୁ। ଜଣେ ଓକିଲ କହିଛନ୍ତି ଏପରି ପ୍ରେମୀଯୁଗଳ ବିବାଦରୁ ବର୍ତ୍ତିବା ପାଇଁ ଲିଭ୍-ଇନ୍-ରିଲେସନସିପର ନୋଟାରୀ ସତ୍ୟପାଠ କରିଥାନ୍ତି କିନ୍ତୁ ଆଇନ ଅନୁଯାୟୀ ଏପରି କାଗଜପତ୍ରକୁ ମାନ୍ୟତା ଦିଆଯାଇ ନଥାଏ।