ନୂଆଦିଲ୍ଲୀ: ପରିବାର ଚଳାଇବା ପାଇଁ ଜଣେ ୭ ବର୍ଷୀୟ ଶିଶୁ ଜମାଟୋ ଡେଲିଭରି ବୟ ହୋଇଛନ୍ତି। ଶିଶୁ ଜଣଙ୍କ ଦିନରେ ସ୍କୁଲ୍ ଯାଉଛନ୍ତି । ସନ୍ଧ୍ୟା ୬ରୁ ରାତି ୧୧ଟା ପର୍ଯ୍ୟନ୍ତ ସେ ଜମାଟୋ ଡେଲିଭରି ବୟ ଭାବେ କାମ କରୁଛନ୍ତି। ବାପାଙ୍କର ଦୁର୍ଘଟଣା ହେବାପରେ ସେ ପରିବାର ଚଳାଇବା ପାଇଁ ବାପାଙ୍କ କାମ ନିଜ ହାତକୁ ନେଇଛନ୍ତି। ସାଇକେଲ୍ ଚଲାଇ ଗ୍ରାହକଙ୍କ ଠିକଣାରେ ଖାଦ୍ୟ ପହଞ୍ଚାଉଛନ୍ତି। ଉକ୍ତ ଶିଶୁଙ୍କ ନାମ ପ୍ରହ୍ଲାଦ ଶାହ। ଏତେ କମ୍ ବୟସରୁ ପ୍ରହ୍ଲାଦ ଯେଉଁଭଳି ସଂଘର୍ଷ କରୁଛନ୍ତି ତାଙ୍କୁ ଏଥିପାଇଁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିଛି। ରାହୁଲ ମିତ୍ତଲ ନାମକ ଜଣେ ଗ୍ରାହକ ଏହି ୭ ବର୍ଷୀୟ ଶିଶୁ ସହ କଥା ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବାପରେ ତାଙ୍କ ସଂଘର୍ଷ ସମ୍ପର୍କରେ ଲୋକ ଜାଣି ପାରିଛନ୍ତି। ଘଟଣାଟି ନୂଆଦିଲ୍ଲୀରେ ଘଟିଛି ବୋଲି କୁହାଯାଉଛି। ୩୦ ସେକେଣ୍ଡର ଏହି ଭିଡିଓରେ ମିତ୍ତଲ ଜମାଟୋ ଡେଲିଭରି ବୟଙ୍କୁ ପଚାରୁଛନ୍ତି, କାହିଁକି ସେ ଏହି କାମ କରୁଛନ୍ତି। ଏହାପରେ ଶିଶୁ ଜଣଙ୍କ ମିତ୍ତଲଙ୍କୁ ସବୁ କଥା ବର୍ଣ୍ଣନା କରିଥିଲେ। ପ୍ରହ୍ଲାଦ ଶାହଙ୍କ ବାପା ଦୁର୍ଘଟଣାର ଶିକାର ହେବାପରେ ସେ ଆଉ କାମ କରିବାକୁ ଯାଇ ପାରିଲେନି। ତେଣୁ ପରିବାର ଚଳାଇବାପାଇଁ ଅନ୍ୟ କିଛି ବାଟ ନଥିବାରୁ ପ୍ରହ୍ଲାଦ ଏହି ଦାୟିତ୍ବ ନେଇଥିଲେ। ପ୍ରହ୍ଲାଦଙ୍କ ବାପାଙ୍କ ମୋବାଇଲକୁ ସବୁ ବୁକିଂ ଆସୁଛି ଏବଂ ପ୍ରହ୍ଲାଦ ଏହି ଦାୟିତ୍ବ ତୁଲାଉଛନ୍ତି। ପ୍ରହ୍ଲାଦଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଅନେକ ଇଣ୍ଟରନେଟ ବ୍ୟବହାରକାରୀ ଏହାର ପ୍ରଶଂସା କରିଛନ୍ତି ।
ପରିବାର ଚଳାଇବା ପାଇଁ ୭ ବର୍ଷୀୟ ଶିଶୁ ହେଲେ ଜମାଟୋ ବୟ
ସକାଳେ ପଢ଼ୁଛନ୍ତି, ସନ୍ଧ୍ୟାରେ କାମ କରୁଛନ୍ତି
/sambad/media/post_attachments/wp-content/uploads/2022/08/sf4h5sfhf65sh4fh654fh65hf4hf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)