ନୂଆଦିଲ୍ଲୀ: ବାର ଥର କୋଭିଡ-୧୯ ଟିକା ନେଇଥିବା ବିହାରର ମାଧେପୁରା ଜିଲ୍ଲାର ଜଣେ ୮୪ ବର୍ଷ ବୟସ୍କ ବୃଦ୍ଧ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜାମିନ ମିଳିଛି। ବୃଦ୍ଧ ଜଣଙ୍କ ନିୟମ ଅନୁଯାୟୀ ଦୁଇ ବଦଳରେ ୧୨ ଥର ଟିକା ନେଇଥିବା ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଗିରଫ କରିବାକୁ ଯିବାବେଳେ ସେ ଦୌଡ଼ି ପଳାଇଥିଲେ। ସୋମବାର ଦିନ ସେ ଥାନାରେ ଆତ୍ମସମର୍ପଣ କରିବାରୁ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରାଯାଇଛି ବୋଲି ଏସ୍ପି ରାଜେଶ କୁମାର କହିଛନ୍ତି। ପୁରାଣି ଥାନା ଅଧୀନରେ ଥିବା ଏକ ଗାଁର ବାସିନ୍ଦା ତଥା ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ବ୍ରହ୍ମଦେବ ମଣ୍ଡଳଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଦାୟିତ୍ୱରେ ଥିବା ଜଣେ ମେଡିକାଲ ଅଧିକାରୀଙ୍କ ବିବୃତ୍ତି ଆଧାରରେ ଜାନୁଆରି ୨ରେ ଏହି ମାମଲା ପଞ୍ଜୀକୃତ ହୋଇଥିଲା। ମଣ୍ଡଳଙ୍କ ବୃଦ୍ଧାବସ୍ଥାକୁ ଦୃଷ୍ଟିରେ ରଖି ପୁଲିସ ତାଙ୍କୁ ତୁରନ୍ତ ଜାମିନ ଦେଇଥିଲେ ମଧ୍ୟ ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବ।
ବାର ଥର ଟିକା ନେଇଥିବା ୮୪ ବର୍ଷୀୟ ବୃଦ୍ଧଙ୍କ ଆତ୍ମସମର୍ପଣ ପରେ ଜାମିନ
/sambad/media/post_attachments/wp-content/uploads/2020/05/judgement.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)