ଚଣ୍ଡିଗଡ଼: ଇପିଏସ୍‌ (ଏଡ଼ାପଡ୍ଡି କେ ପଲାନିସ୍ବାମୀ) ହିଁ ଏଆଇଏଡିଏମ୍‌କେର ଅନ୍ତରୀଣ ସାଧାରଣ ସଂପାଦକ ରହିବେ। ମାଡ୍ରାସ ହାଇକୋର୍ଟ ଏନେଇ ପୂର୍ବରୁ ଯେଉଁ ରାୟ ଶୁଣାଇଥିଲେ ତାହାକୁ ଓ. ପନିର‌ସେଲଭମ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ଏବଂ ଇପିଏସ୍‌ ହିଁ ଏଆଇଏଡିଏମ୍‌କେର ସର୍ବୋଚ୍ଚ ନେତା ବୋଲି ପୁଣିଥରେ ସ୍ପଷ୍ଟ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଦ୍ବାରା ପନିରସେଲଭମଙ୍କୁ ଶକ୍ତ ଝଟ୍‌କା ଲାଗିଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏହା ସ୍ପଷ୍ଟ କରିଦେଇଛି ଯେ ସ୍ବର୍ଗତ ଜେ ଜୟଲଳିତାଙ୍କ ଦଳର ସର୍ବୋଚ୍ଚ ନେତା ‌ହେଉଛନ୍ତି ଇପିଏସ୍‌।