ପୁନେରେ ଡଙ୍ଗା ଓଲଟି ୧୦ ଜଣଙ୍କର ମୃତ୍ୟୁ

ପୁନେ: ମହାରାଷ୍ଟ୍ରର ପୁଣେରେ ଏକ ଡଙ୍ଗା ଓଲଟି ୧୦ ଜଙ୍କର ମୃତ୍ୟୁ ଘଟିଛି | ତେବେ ଆହୁରି ୩ଜଣ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ପ୍ରକାଶ ପାଇଛି | ମିଳିଥିବା ସୂଚନା ମୁତାବକ ସାଙ୍ଗଲି ଜିଲ୍ଲା ଅନ୍ତର୍ଗତ ପାଲୁଶଠାରେ ୨୭ରୁ ୩୦ ଜଣ ଲୋକ ଏକ ଡଙ୍ଗାରେ ଯାଉଥିବାବେଳେ ଏହା ମଝି ନଦୀରେ ଓଲଟିପଡ଼ିଥିଲା | ତେବେ ୧୦ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୧୬ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା | ଅନ୍ୟ ୩ ଜଣ ଏବେ ବି ନିଖୋଜ ରହିଛନ୍ତି |

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା | ତେବେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାକୁ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି | ଏଠାରେ ସୂଚନାଥାଉ କି ମହାରାଷ୍ଟ୍ରରେ ବନ୍ୟା ଏବେ ଭୟଙ୍କର ରୂପ ନେଇଛି।

ବନ୍ୟା ଯୋଗୁଁ ୧୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପୁନେରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସତ୍‌ରାରେ ୭, ସାଙ୍ଗଲିରେ ୨, କୋହ୍ଲାପୁରରେ ୨ ଏବଂ ସୋଲାପୁରରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ସମୁଦାୟ ୨୮,୩୯୭ ପରିବାରରୁ ୧,୩୨,୩୬୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର