କାବୁଲରେ ବିସ୍ଫୋରଣ, ୭୨ ମୃତ

କାବୁଲ: ତାଲିବାନ ନିୟନ୍ତ୍ରଣାଧୀନ ଆଫଗାନିସ୍ତାନ ରାଜଧାନୀ କାବୁଲରେ ଆଜି ତିନିଟି ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ଏଥିରେ ଅତି କମରେ ୭୨ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ଲୋକମାନଙ୍କ ମଧ୍ୟରେ ଅଧିକାଂଶ ଆମେରିକାର ସୈନିକ ଏବଂ ଡାକ୍ତରୀ କର୍ମଚାରୀ ଥିବା ଜଣାପଡ଼ିଛି। ଏହି ବିସ୍ଫୋରଣ ପାଇଁ ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ନିଜକୁ ଦାୟୀ କରିଛି। ଏପରି ଆହୁରି ଅନେକ ଆତ୍ମଘାତୀ ଆକ୍ରମଣ କରିବ ‌େବାଲି ସଂଗଠନ ଧମକ ଦେଇଛି। ଏହି ଆକ୍ରମଣକୁ ଭାରତ ଏବଂ ଆମେରିକା ସମେତ ଅନେକ ଦେଶ ନିନ୍ଦା କରିଛନ୍ତି। ତାଲିବାନ ମଧ୍ୟ ଏହାର ନିନ୍ଦା କରିଛି। ଭାରତ ପକ୍ଷରୁ କୁହାଯାଇଛି ‌େଯ ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କୁ ଅ‌ାଶ୍ରୟ ଦେଉଥିବା ଦେଶ ବିରୋଧରେ ଏକାଠି ହେବାର ସମୟ ଆସିଛି।

ସମ୍ବନ୍ଧିତ ଖବର