ନୂଆଦିଲ୍ଲୀ: ପୁଣି ରାଜଧାନୀରେ ଲଜ୍ଜା । କର୍ଣ୍ଣାଟକରେ ଜଣେ ବିଦେଶିନୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣା ଥମିନଥିବା ବେଳେ ଏବେ ଦିଲ୍ଲୀରେ ଜଣେ ବିଦେଶିନୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।
ଦେଶର ରାଜଧାନୀ ଦିଲ୍ଲୀରେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଦିଲ୍ଳୀର ଏକ ହୋଟେଲରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ବିଦେଶୀ ଯୁବତୀ ଜଣଙ୍କ ଇନଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ କରିଥିଲେ, ଉକ୍ତ ବନ୍ଧୁଙ୍କୁ ଭେଟିବା ପାଇଁ ସେ ଦିଲ୍ଲୀ ଆସିଥିଲେ ।
କିଛି ଦିନ ତଳେ ପରସ୍ପର ଇନଷ୍ଟାଗ୍ରାମ ରେ ସାଙ୍ଗ ହୋଇଥିଲେ । ବ୍ରିଟେନ୍ ରୁ ଯୁବତୀଙ୍କୁ ଦିଲ୍ଲୀକୁ ଡାକିଥିଲେ ଯୁବକ । ପରେ ଦିଲ୍ଳୀର ମହିପାଲପୁର ଅଞ୍ଚଳର ଏକ ହୋଟେଲ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଇନଷ୍ଟାଗ୍ରାମ୍ର ବନ୍ଧୁ । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/13/Xq7ObJ5zMWXqlEFQL4uZ.jpg)