ନୂଆଦିଲ୍ଲୀ : ଡୋଲୋ ୬୫୦ ଔଷଧ ଲେଖିବା ପାଇଁ ଡାକ୍ତରମାନଙ୍କୁ ଉପହାର ଦେବାରେ କମ୍ପାନି ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଗତକାଲି ସୁପ୍ରିମକୋର୍ଟରେ ହୋଇଥିବା ଅଭିଯୋଗକୁ ଔଷଧ ନିର୍ମାତା ଆଜି ଖଣ୍ଡନ କରିଛି। ଔଷଧ ନିର୍ମାତା ମାଇକ୍ରୋ ଲାବ୍ସ ଲିମିଟେଡ ଏହି ଅଭିଯୋଗକୁ ଭିତ୍ତିହୀନ ଏବଂ ଭୁଲ ବୋଲି କହିଛି। କୋଭିଡ ଶୀର୍ଷରେ ଥିବା ବର୍ଷରେ କମ୍ପାନି ୩୫୦ କୋଟି ଟଙ୍କାର ଡୋଲୋ ବ୍ୟବସାୟ କରିଛି। ତେଣୁ ଏତିକି ବ୍ୟବସାୟ ପାଇଁ ଏତେ ଅଧିକ ପରିମାଣର ଅର୍ଥ ବିପଣନ ବାବଦରେ ଖର୍ଚ୍ଚ କରିବା ଆର୍ଥିକ ଦୃଷ୍ଟିରୁ ସମ୍ଭବ ନୁହେଁ ବୋଲି କମ୍ପାନି କହିଛି। ମାଇକ୍ରୋ ଲାବ୍ସ ଲିମିଟେଡର କାର୍ଯ୍ୟନିର୍ବାହୀ ଉପସଭାପତି ଜୟରାଜ ଗୋବିନ୍ଦରାଜୁ ଏହା କହିଛନ୍ତି। ସେ କହିଛନ୍ତି କେବଳ ଡୋଲୋ ୬୫୦ ନୁହେଁ ଭିଟାମିନ ସି ଓ ଅନ୍ୟ ଔଷଧ ବହୁମାତ୍ରାରେ ବିକ୍ରି ହୋଇଥିଲା।
ଡୋଲୋ ପାଇଁ ହଜାରେ କୋଟିର ବଜେଟ୍ ଅସମ୍ଭବ: କମ୍ପାନି
/sambad/media/post_attachments/wp-content/uploads/2022/08/dolo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)