ଭୋପାଳ: ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଆଜି ଏକ କାର୍ ଗଛରେ ପିଟିହୋଇ ଜଳି ଯାଇଛି। ଫଳରେ କାର୍ରେ ବସିଥିବା ସମସ୍ତ ୪ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଉକ୍ତ ୪ ଜଣ ହେଉଛନ୍ତି ଗୋଟିଏ ପରିବାରର। ସେମାନଙ୍କ ମଧ୍ୟରେ ଏକ ନବ ବିବାହିତ ଦମ୍ପତି ମଧ୍ୟ ଅଛନ୍ତି।
ପୁଲିସ ଅନୁଯାୟୀ ସେମାନେ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଆଜି ସକାଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ପ୍ରାଣ ହାରିଥିବା ଦମ୍ପତି ଗତ ୬ ମାସ ପୂର୍ବେ ବିବାହ କରିଥିଲେ। ପୁଲିସ କହିଛି, ଆଜି ସକାଳେ ସେମାନେ କାର୍ ଦୁର୍ଘଟଣା ସଂକ୍ରାନ୍ତରେ ଖବର ପାଇଥିଲେ। ସେମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ କାର୍ଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା ଏବଂ କାର୍ରେ ଥିବା ୩ ଜଣ ପୁରୁଷ ଏବଂ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।