ନୂଆଦିଲ୍ଲୀ: ଜଣେ ପ୍ରାର୍ଥୀ ଏକାଧିକ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ପିଆଇଏଲ୍ ଉପରେ କୋର୍ଟ ଶୁଣାଣି କରିନାହାନ୍ତି। ଜଣେ ପ୍ରାର୍ଥୀ ଗୋଟିଏରୁ ଅଧିକ ଆସନରେ ନିର୍ବାଚନ ଲଢ଼ିବା ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଏହି ପିଆଇଏଲ ଦାଖଲ ହୋଇଥିଲା। ନିର୍ବାଚନରେ ପ୍ରାର୍ଥୀଙ୍କୁ ଗୋଟିଏରୁ ଅଧିକ ନିର୍ବାଚନମଣ୍ଡଳୀରେ ନିର୍ବାଚନ ଲଢ଼ିବାପାଇଁ ଅନୁମତି ଦେବାପାଇଁ ରହିଥିବା ଆଇନକୁ ରଦ୍ଦ କରିବାପାଇଁ ପିଆଇଏଲ୍ରେ ଦର୍ଶାଯାଇଥିଲା। କିନ୍ତୁ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ ନରସିଂହ ଏବଂ ଜେବି ପର୍ଦିୱାଲାଙ୍କ ଖଣ୍ଡପୀଠ ଉକ୍ତ ଆଇନ ରଦ୍ଦ କରିପାରିବେନି ବୋଲି କହିଛନ୍ତି।
କୋର୍ଟ କହିଛନ୍ତ, ଏହା ଏକ ରାଜନୈତିକ ଗଣତନ୍ତ୍ର ପ୍ରସଙ୍ଗ। ସଂସଦ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ। କୋର୍ଟ ଏଥିରେ କିଛି କରିପାରିବେ ନାହିଁ। ଖଣ୍ଡପୀଠ କହିଛନ୍ତି, ପ୍ରାର୍ଥୀମାନେ ବିଭିନ୍ନ କାରଣ ପାଇଁ ଭିନ୍ନ ଆସନରୁ ନିର୍ବାଚନ ଲଢ଼ିପାରନ୍ତି। ଉଲ୍ଲେଖଯୋଗ୍ୟ, ବ୍ୟକ୍ତିଙ୍କୁ ଗୋଟିଏରୁ ଅଧିକ ଆସନରେ ନିର୍ବାଚନ ଲଢ଼ିବାପାଇଁ ଅନୁମତି ଦେଉଥିବା ଆରପି (ରିପପ୍ରଜେଣ୍ଟେସନ୍ ଅଫ ଦି ପିପୁଲ) ଆଇନକୁ ରଦ୍ଦ ଘୋଷଣା କରିବାପାଇଁ ଆଇନଜୀବୀ ଅଶ୍ବିନୀ କୁମାର ଉପାଧ୍ୟାୟ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/supreme-court.jpg)