ଗିରଫ କାଶ୍ମୀର ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ: ୧୪ ଦିନ ବିଚାରବିଭାଗୀୟ ‌ହାଜତ ଗଲେ

ନଏଡ଼ା: ପାକିସ୍ତାନ ସମର୍ଥନରେ ସ୍ଲୋଗାନ ଦେଇ ଗିରଫ ହୋଇଥିବା ୩ ଜଣ କାଶ୍ମୀର ଛାତ୍ରଙ୍କ ବି‌ରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ସେମାନଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତ ପଠାଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ‌ଯୋଗୀ ଆଦିତ୍ୟନାଥ ଆଜି ସକାଳେ କହିଥିଲେ ଯେ, ଯେଉଁମାନେ ପାକିସ୍ତାନର ବିଜୟ ପାଇଁ ଉତ୍ସବ ମନାଇଛନ୍ତି ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବ। ଏହାପରେ ଉକ୍ତ ୩ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି ବୋଲି ଉତ୍ତରପ୍ରଦେଶ ପୁଲିସ କହିଛି। ଉକ୍ତ ୩ ଛାତ୍ରଙ୍କ ବିରୋଧରେ ଜଗଦୀଶପୁରା ଥାନାରେ ଏତଲା ରୁଜୁ ହେବାପରେ ସେମାନଙ୍ଗୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର