ସମ୍ଭଲ: ଉତ୍ତର ପ୍ରଦେଶର ସମ୍ଭଲରେ ରବିବାର ହୋଇଥିବା ହିଂସାକାଣ୍ଡର ଦୁଇ ଦିନ ପରେ କିଛି ସ୍ଥାନରେ ଉତ୍ତେଜନା ଲାଗି ରହିଥିବା ବେଳେ କେତେକ ଅଞ୍ଚଳରେ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଇଣ୍ଟରନେଟ୍ ସେବାକୁ ଆଉ ୨୪ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି। ହିଂସାର ଏକ ମୋବାଇଲ ଭିଡିଓ ଏବଂ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ଦଙ୍ଗାକାରୀ ପିସ୍ତଲ ଧରି ପୋଲିସ ନିକଟକୁ ଆସି ଗୁଳି ଚଳାଇଥିବାର ଦେଖିବାକୁ ମିଳିଥିବା ବେଳେ ଆହୁରି ଅନେକ ଦୁର୍ବୃତ୍ତ ମଧ୍ୟ ନଜର ଆସୁଛି ।
ଏହି ସିସିଟିଭିରେ ଦେଖାଯାଉଥିବା ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରାଯାଉଛି ବୋଲି ମୁରାଦାବାଦ କମିଶନର ଅଞ୍ଜନେୟ କୁମାର ସିଂହ କହିଛନ୍ତି। ଖୁବଶୀଘ୍ର ଜାଫର ଅଲ୍ଲୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ସେହିପରି ନୂଆ ସିସିଟିଭି ଫୁଟେଜରେ ଜଣେ ବ୍ୟକ୍ତିଙ୍କ ପରିଚୟ ମିଳିଛି, ଯାହାଙ୍କୁ ଗୁଳି ମାଡ଼ କରାଯାଉଥିବା ଦେଖିବାକୁ ମିଳିଛି।

ଦଙ୍ଗାକାରୀମାନେ ସିସିଟିଭି କ୍ୟାମେରା ଭାଙ୍ଗିଥିବାର ଦେଖିବାକୁ ମିଳୁଛି, ଯେତେ ବଡ଼ ବ୍ୟକ୍ତି ହେଲେ ବି କାହାକୁ ଛାଡ଼ିବେ ନାହିଁ। ୭୪ ଜଣ ମୁଖାପିନ୍ଧା ଦଙ୍ଗାକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୨୨ ଜଣଙ୍କ ନାମରେ ଏତଲା ରୁଜୁ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି। ଆମେ କୌଣସି ଦଙ୍ଗାକାରୀଙ୍କୁ ଛାଡିବୁ ନାହିଁ, ଅଦାଲତ ମନେ ରଖିବେ ଯେ ଆଇନ ମାଧ୍ୟମରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/26/MyNeAlNsVMFbnO48Nk8l.jpeg)