ଲକ୍ଷ୍ନୌ: କୁନି ପୁଅ ଗାଇଲା ଶିବ ତାଣ୍ଡବ ସ୍ତୋତ୍ରମ୍, ମନଦେଇ ଶୁଣିଲେ ୟୁପି ମୁଖ୍ୟମନ୍ତ୍ରୀ । କୁନି କଣ୍ଠରୁ ବାହାରି ଆସୁଥିବା ମହାଦେବଙ୍କ ମନ୍ତ୍ର ଶୁଣି ମୁଗ୍ଧ ହେଉଥିଲେ ମୁଖ୍ୟମନ୍ତ୍ରୀ ଆଉ ତା ସ୍ବର ଶୁଣି ତାଳରେ ତାଳ ପକାଉଥିଲେ । କୁନି ପୁଅ ମୁହଁରୁ ଶିବ ତାଣ୍ଡବ ସ୍ତୋତ୍ରମ୍ ଶୁଣି ଶେଷରେ ତାକୁ ସାବାସୀ ଦେଇ ତା ପିଠି ଥାପୁଡେଇ ଦେବା ସହ ହାତରେ ଚକଲେଟ୍ ଧରାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
#WATCH | A child recites 'Shiv Tandav Stotram' in the presence of UP CM Yogi Adityanath at an event in Prayagraj pic.twitter.com/5DtoJ6N8BL
— ANI (@ANI) April 3, 2025
ପ୍ରୟାଗରାଜର ଏକ କାର୍ଯ୍ଯକ୍ରମରେ ଯୋଗୀଙ୍କ ଏ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିବା ବେଳେ ଯୋଗୀ ଯେ କୁନିପିଲାଙ୍କୁ କେତେ ଭଲ ପାଆନ୍ତି ତାହା ପୂର୍ବରୁ ଦେଖିବାକୁ ମିଳିଛି ।
/sambad/media/media_files/2025/04/02/AMnAZ7bcVfSs2itTrzAc.jpg)
ଗତ ଦୁଇ ଦିନ ତଳେ ବି ସ୍କୁଲ ପିଲାଙ୍କ ସହ ସେଲ୍ଫି ନେଇ ଚର୍ଚ୍ଚାରେ ଥିଲେ ଯୋଗୀ । ସ୍କୁଲର ଶ୍ରେଣୀ ଗୃହରେ ପିଲାଙ୍କ ସହ ନିଜେ ସେଲ୍ଫି ନେଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବରେଲି ଜିଲ୍ଲାର ନବାବଗଞ୍ଜରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ ଅବସରରେ ପିଲାଙ୍କ ସୁନେଲୀ ଭବିଷ୍ୟତ କାମନା କରି ସେମାନଙ୍କ ସହ ଫଟୋ ଉଠାଇଥିଲେ ଯୋଗୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/03/JUrdSWEG9u8plF3z3rQa.jpg)