ସ୍ୱଚ୍ଛ ଏବଂ ସୁସ୍ଥ ଭାରତ ପରସ୍ପର ପରିପୂରକ: ପ୍ରଧାନମନ୍ତ୍ରୀ ମୋଦି

ସ୍ୱଚ୍ଛ ଏବଂ ସୁସ୍ଥ ଭାରତ ପରସ୍ପର ପରିପୂରକ। ପ୍ରତିଷେଧାତ୍ମକ ସ୍ୱାସ୍ଥ୍ୟସେବା ସବୁଠୁ ସରଳ ଏବଂ ଶସ୍ତା। ଜୁନ୍‌ ୨୧ ଅର୍ନ୍ତଜାତୀୟ ଯୋଗ ଦିବସ ଏବେ ଶହେ ଦିନରୁ କମ୍‌ ରହିଲା। ଚାଲନ୍ତୁ ଯୋଗ ବିଷୟକ ସଚେତନତା ପ୍ରସାର କରିବା। ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ‘ମନ୍‌କୀ ବାତ୍‌’ର ୪୨ଶ ସଂସ୍କରଣରେ ଏ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଗାନ୍ଧୀଜୀଙ୍କ ଜୀବନ ରାମ ନାମରେ ଥିବା ତାଙ୍କର ଗଭୀର ବିଶ୍ୱାସକୁ ପ୍ରତିଫଳିତ କରୁଥିଲା। ନିକଟରେ ଭାରତରେ ପ୍ରଦର୍ଶନ କରିବାକୁ ଆସିଆନ୍‌ ଦେଶସମୂହ ରାମାୟଣକୁ ତାଙ୍କର ବିଷୟବସ୍ତୁ ଭାବେ ଗ୍ରହଣ କରିଥିଲେ। ରାମ ଓ ରାମାୟଣ କେବଳ ଭାରତୀୟ ନୁହେଁ ସମଗ୍ର ଆସିଆନ୍‌ ଅଞ୍ଚଳର ଲୋକକଙ୍କୁ ପ୍ରଭାବିତ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଅନ୍‌ଲାଇନ୍‌ରେ ମାନକ ସଂସ୍କୃତ ପାଠ୍ୟକ୍ରମ ଆରମ୍ଭ କରିବାକୁ କୋମଲ ଥାକ୍କର ଦେଇଥିବା ପ୍ରସ୍ତାବ କଥା ଉଲ୍ଲେଖ କରି ସେ କହିଲେ କି, ଥାକ୍କରଙ୍କର ସଂସ୍କୃତ ପ୍ରତି ଥିବା ଆଗ୍ରହ ତାଙ୍କ ମନକୁ ଛୁଇଁଛି। ଏ ପ୍ରସ୍ତାବ ସଂକ୍ରାନ୍ତରେ ମତାମତ ଦେବାକୁ ଜନସାଧାରଣଙ୍କୁ ମୋଦି ଅନୁରୋଧ କରିଛନ୍ତି।

ଆମେ ଏକ ‘ସମର୍ଥ ଭାରତ’ ହାସଲ କରିବା ପାଇଁ ଲକ୍ଷ୍ୟ ରଖିବା। ଯୁବକମାନେ ‘ସମର୍ଥ ଭାରତ’ ଆନ୍ଦୋଳନ ଆରମ୍ଭ କରି ପାରିବେ।
ଠିକଣା ସମୟରେ ଡାକ୍ତରୀ ସୁବିଧା ନ ପାଇବାରୁ ୧୩ ବର୍ଷ ତଳେ କୋଲକାତାର ଟ୍ୟାକ୍ସି ଚାଳକ ସାଇଦୁଲ ଲସ୍‌କର୍‌ ନିଜ ଭଉଣୀଙ୍କୁ ହରାଇଥିଲେ। ଡାକ୍ତରୀ ସୁବିଧା ଅଭାବର କେହି ଗରିବ ନ ମରନ୍ତୁ ସେହି ଉଦ୍ଦେଶ୍ୟରେ ପରେ ସେ ଡାକ୍ତରଖାନାଟିଏ ବସାଇବାକୁ ସ୍ଥିର କଲେ। ସେ କହିଲେ ଯେ ଋତୁ ସହ ମନର କଥା ବଦଳେ ଓ ବେଳେ ବେଳେ ଆମ ମନର କଥା ଅନ୍ୟ ଜଣଙ୍କ ମନକୁ ବି ବଦଳାଇ ଦେଇ ପାରେ। ଦେଶ ପାଇଁ ଆପଣଙ୍କର ଗଭୀର ଆବେଗ ସମଗ୍ର ଜାତିର ମନୋଭାବ ବଦଳାଇ ପାରିବ।

ଆପଣା ଅଭିଯାନ ପାଇଁ ସାଇଦୁଲ ନିଜ ଘରୁ ଗହଣା ବିକିଲେ। ଦାନ ସୂତ୍ରରେ ଅର୍ଥ ଯୋଗାଡ଼ କଲେ। ତାଙ୍କର ଗ୍ରାହକମାନେ ମଧ୍ୟ ସ୍ୱେଚ୍ଛାକୃତ ଭାବେ ଦାନ କଲେ। ୧୨ ବର୍ଷ ପରେ ସାଇଦୁଲ କୋଲକାତା ନିକଟସ୍ଥ ପୁନରି ଗାଁ’ରେ ୩୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାଟିଏ ଖୋଲି ପାରିଲେ। ଏହାହିଁ ନବ ଭାରତର କ୍ଷମତା ବୋଲି ମୋଦି କହିଛନ୍ତି।

ଆସାମର କରିମଗଞ୍ଜର ଜଣେ ରିକ୍ସାବାଲା ଗରିବ ପିଲାମାନଙ୍କ ପାଇଁ ୯ଟି ସ୍କୁଲ୍‌ ଖୋଲିବା ଘଟଣା ଆମ ଦେଶବାସୀଙ୍କ ବୃହତ୍‌ ସାମର୍ଥ୍ୟକୁ ଦର୍ଶାଉଛି।

ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ୧୨୫ଟି ଶୌଚାଳୟ ନିର୍ମାଣ କରିଥିବା ଉତ୍ତର ପ୍ରଦେଶର ମହିଳାମାନଙ୍କୁ ମୋଦି ପ୍ରଶଂସା କରିଛନ୍ତି।
ଗ୍ରୀଷ୍ମକାଳରେ ପଶୁପକ୍ଷୀଙ୍କ ପାଇଁ ଘର ବାହାରେ ପାଣି ରଖିବାକୁ ନାଗରିକମାନଙ୍କୁ କହିଲେ ପ୍ରଧାନମନ୍ତ୍ରୀ ମୋଦି। ଏ ବର୍ଷ ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜନ୍ମବାର୍ଷିକୀ ପାଳିତ ହେବ। ସ୍ୱଚ୍ଛ ଭାରତ ଆମର ପଣ ହୋଇ ସାରିଛି। ବାପୁଙ୍କ ପାଇଁ ସ୍ମରଣୀୟ ଶ୍ରଦ୍ଧାଞ୍ଜଳି ଆଉ କ’ଣ ହୋଇପାରେ ତାହା ଜଣାନ୍ତୁ।

ସମସ୍ତ କୃଷକ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ଦୂରଦର୍ଶନର ସ୍ୱତନ୍ତ୍ର ଚାନେଲ୍‌ ସଂଯୁକ୍ତ କରିବା ଉଚିତ। ମହାତ୍ମା ଗାନ୍ଧୀ, ଲାଲ୍‌ ବାହାଦୁର ଶାସ୍ତ୍ରୀ, ଡକ୍ଟର ରାମ ମନୋହର ଲୋହିଆ, ଚୌଧୁରୀ ଚରଣ ସିଂହ ଏବଂ ଚୌଧୁରୀ ଦେବୀ ଲାଲ୍‌ଙ୍କ ଭଳି ମହାପୁରୁଷମାନେ ସର୍ବଦା ଚାଷ ଉପରେ ଖୁବ୍‌ ଗୁରୁତ୍ୱ ଦେଉଥିଲେ।

କୃଷକମାନଙ୍କର ମଙ୍ଗଳ ଉଦ୍ଦେଶ୍ୟରେ ସେମାନଙ୍କର ଉତ୍ପାଦନର ଉଚିତ ମୂଲ୍ୟ ପାଇଁ ଏ ବର୍ଷ ବଜେଟ୍‌ରେ ବଡ଼ ନିଷ୍ପତ୍ତି ନିଆଯାଇଛି।
ବିନିଯୋଗ, ନବନିର୍ମାଣ ଏବଂ ଉନ୍ନତି ନିମନ୍ତେ ସମଗ୍ର ବିଶ୍ୱ ଏବେ ଭାରତକୁ କେନ୍ଦ୍ର ଭାବେ ଦେଖୁଛନ୍ତି। ଡକ୍ଟର ଆମ୍ବେଦକର ଭାରତର ଶିଳ୍ପକରଣ କଳ୍ପନା କରିଥିଲେ।

ଫୁଟ୍‌ପାଥ୍‌ରେ କାଳାତିପାତ କରୁଥିବା ଅଭାବି ଲୋକଙ୍କୁ ମାଗଣାରେ ଔଷଧ ବଣ୍ଟନ କରୁଥିବା କାନପୁରର ଡାକ୍ତର ଅଜିତ ମୋହନ ଚୌଧୁରୀଙ୍କ କଥା ଶୁଣି ଦେଶରେ ଭ୍ରାତୃଭାବ ବଜାୟ ରହିଛି ବୋଲି ଅନୁଭବ କରିହୁଏ।

ରିହାତି ଦରରେ ଔଷଧ ବିକ୍ରୟ କରାଯିବା ପାଇଁ ଦେଶରେ ୩୦୦୦ ଜନୌଷଧୀ କେନ୍ଦ୍ରରେ ୮୦୦ ପ୍ରକାରଣ ଔଷଧ ମିଳୁଥିବା କଥା ସେ କହିଛନ୍ତି। ଆହୁରି ମଧ୍ୟ ଜନଔଷଧୀ କେନ୍ଦ୍ର ଖୋଲାଯାଉଛି।

ମହାବୀର ଜୟନ୍ତୀ, ବିହୁ, ବୈଶାଖୀ ଆଦି ପର୍ବପର୍ବାଣୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର