ଦେଶର ଟେଲକମ୍‌ ସେକ୍ଟର ସମ୍ମୁଖୀନ ହୋଇଥିବା ଆର୍ଥିକ ଦୂରାବସ୍ଥାର ଅନୁଧ୍ୟାନ ପାଇଁ ଗଠିତ ହେଲା ସଚିବ ସ୍ତରୀୟ କମିଟି

ନୂଆଦିଲ୍ଲୀ: ସାଂପ୍ରତିକ ଆର୍ଥିକ ମାନ୍ଦାବସ୍ଥା ଓ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ବଜାରରେ ଦେଶର ଟେଲକମ୍‌ ସେକ୍ଟରଗୁଡ଼ିକ ଗଭୀର ଭାବେ ପ୍ରଭାବିତ ହେବା ସହ ଘୋର ଆର୍ଥିକ ଦୂରାବସ୍ଥା ମଧ୍ୟଦେଇ ଗତି କରୁଛନ୍ତି। ଏପରିସ୍ଥିତିରେ ଦେଶର କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସଚିବ ସ୍ତରୀୟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। ଏହି କମିଟି ଦେଶର ଟେଲକମ୍‌ ସେକ୍ଟର ବିଶେଷ କରି ଟେଲିକମ୍‌ ସେବା ପ୍ରଦାନ କରୁଥିବା କମପାନିଗୁଡ଼ିକର ଆର୍ଥିକ ଦୂରାବସ୍ଥାକୁ ଅନୁଧ୍ୟାନ କରି ଦେଖିବା ସହ ସେଗୁଡ଼ିକର କିପରି ନିରାକରଣ କରାଯାଇ ପାରିବ, ସେ ସଂପର୍କରେ ପ୍ରସ୍ତାବ ଦେବେ।
ଏଥିସହ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନିଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କର ବକେୟା ପଡ଼ିଥିବା ସ୍ପେକଟ୍ରମ୍‌ ନିଲାମୀ ବାବଦ ଦୈୟ ପୈଠ ପାଇଁ କମ୍ପାନିଗୁଡ଼ିକ ଯେଉଁ ମହଲତ୍‌ ମାଗିଛନ୍ତି ତା’ ଉପରେ ମଧ୍ୟ ନିଷ୍ପତ୍ତି ନେବେ ଏହି ସଚିବ ସ୍ତରୀୟ କମିଟି। ଏବଂ ଟେଲକମ୍‌ କମ୍ପାନିଗୁଡ଼ିକର ସେବା ପ୍ରଦାନ ଦେୟ ଓ ସ୍ପେକଟ୍ରମ୍‌ ଦେୟକୁ ମଧ୍ୟ ସମୀକ୍ଷା କରିବ ଏହି କମିଟି।

ସମ୍ବନ୍ଧିତ ଖବର