ବେଙ୍ଗାଲୁରୁ: କର୍ଣ୍ଣାଟକର କୋଡାଗୁସ୍ଥିତ ଏକ ରିସୋର୍ଟରୁ ଏକ ଦମ୍ପତି ଓ ତାଙ୍କ ୧୧ ବର୍ଷ ଝିଅର ମୃତଦେହ ଉଦ୍ଧାର କରାଯାଇଛି। ପରିବାର ଲୋକେ ଏକ ଚିଠି ଛାଡିଥିଲେ, ଯେଉଁଥିରେ ସେମାନେ ଅତ୍ୟଧିକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ଦର୍ଶାଇଥିଲେ। ବିନୋଦ (୪୩), ପତ୍ନୀ ଜୁବି ଆବ୍ରାହମ (୩୭) ଓ ଝିଅ ଯୋହନ (୧୧)ଙ୍କ ମୃତଦେହ ଉକ୍ତ ଘରୋଇ ରିସୋର୍ଟର କୋଠରିରୁ ମିଳିଥିଲା। ସେମାନେ କେରଳର କୋଟ୍ଟାୟମର ବାସିନ୍ଦା ଥିଲେ। ପୁଲିସ କହିଛି ଯେ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଥିବା ଏହି ରିସୋର୍ଟକୁ ଶନିବାର ପରିବାର ଲୋକେ ଆସିଥିଲେ। ଝିଅକୁ ହତ୍ୟା କରିବା ପରେ ଦମ୍ପତି ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।