ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରରେ ରଙ୍ଗପଞ୍ଚମୀ ଅବସରରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। ନାଚଗୀତର ମାହୋଲ ମଧ୍ୟରେ ସଭିଏଁ ମଜ୍ଜି ରହିଥିଲେ। ଏହି ସମୟରେ ଜଣେ ରୋଗୀଙ୍କୁ ନେଇ ଆମ୍ବୁଲାନ୍ସ ସେହି ରାସ୍ତାରେ ଆସି ପହଞ୍ଚିଲା। ଆମ୍ବୁଲାନ୍ସକୁ ଦେଖି ଭିଡ଼ ଯାହା କଲେ ଏବେ ତାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ଙ୍କ ମାନବିକତାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କଠାରୁ ଆରମ୍ଭ କରି ଅନ୍ୟ ୟୁଜରମାନେ ପ୍ରଶଂସା କରିବାରେ ଲାଗିଛନ୍ତି।

Advertisment

ଆମ୍ବୁଲାନ୍ସକୁ ଦେଖି ଭିଡ଼ ରାସ୍ତା ଖାଲି କରି ରାସ୍ତା ଦେଇଥିଲେ। ଆମ୍ବୁଲାନ୍ସ ରୋଗୀଙ୍କ ନେଇ ସହଜରେ ହସ୍ପିଟାଲ ମୁହାଁ ହୋଇଥିଲା।
ଏହାର ଭିଡ଼ିଓ ସୋସିଆଲ ମିଡ଼ିଆ ଏକ୍ସ‌ରେ ସେୟାର କରାଯାଇଛି। ଶିବରାଜ ସିଂ କହିଛନ୍ତି ସମ୍ବେଦନଶୀଳତା ହିଁ ଇନ୍ଦୋରବାସୀଙ୍କ ସ୍ବତନ୍ତ୍ର ମାନବିକତାର ପରିଚୟ। ଜଣେ ୟୁଜର ଲେଖିଛନ୍ତି ଏହା ହେଉଛି ସ୍ବଚ୍ଛ ସହର ଇନ୍ଦୋରବାସୀଙ୍କ ମଣିଷ ପଣିଆ। ଏହା ସେମାନଙ୍କର ନିର୍ମଳ ହୃଦୟର ପରିଚୟ ଦେଉଛି।

ଅନ୍ୟ ଜଣେ ୟୁଜର ଲେଖିଛନ୍ତି ମଣିଷ ମଧ୍ୟରେ ହିଁ ମାନବିକତା ରହିଥାଏ। ଇନ୍ଦୋରବାସୀ ରଙ୍ଗପଞ୍ଚମୀ ଉତ୍ସବ ପାଳନ ଅବସରରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିଡ଼ ଯେପରି ଆମ୍ବୁଲାନ୍ସକୁ ରାସ୍ତା ଦେଇ ଜଣେ ରୋଗୀଙ୍କ ଜୀବନ ରକ୍ଷା କରିଛନ୍ତି ତାହା ହେଉଛି ପ୍ରଶପ୍ରଯୋଗ୍ୟ। ସହରରେ ଲୋକଙ୍କ ମଧ୍ୟରେ ଥିବା ଅନୁଶାସନ ସ୍ବାଗତ ଯୋଗ୍ୟ।

କିଛି ସମୟ‌ ମଧ୍ୟରେ ଲୋକଙ୍କ ଭିଡ଼ ଆମ୍ବୁଲାନ୍ସକୁ ଦେଇଥିବା ରାସ୍ତାର ରେକର୍ଡ ମଧ୍ୟ ଇନ୍ଦୋରବାସୀଙ୍କ ନାମରେ ରହିବା ଆବଶ୍ୟକ। ଏହି ମାନବୀୟ ପଦକ୍ଷେପ ବେଶ୍ ପ୍ରଶଂସା ଯୋଗ୍ୟ ବୋଲି ୟୁଜରମାନେ ଲେଖିଛନ୍ତି।