ଅନ୍ତିମ ସଂସ୍କାର ପୂର୍ବରୁ ଫେରି ଆସିଲା ଜୀବନ, ପରୀକ୍ଷା କରି ଜୀବିତ ବୋଲି କହିଲେ ସ୍ଥାନୀୟ ଡ଼ାକ୍ତର, କିନ୍ତୁ ତା’ପରେ…
ଗୟା : ବିହାରର ଗୟାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ବୃଦ୍ଧଙ୍କୁ ଡ଼ାକ୍ତର ମୃତ ବୋଲି ଘୋଷଣା କରିବା ପରେ ତାଙ୍କ ସଂପର୍କିୟମାନେ ତାଙ୍କର ଅନ୍ତିମ ସଂସ୍କାରର ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ଠିକ୍ ସେତିକି ବେଳେ କିଛି ଏପରି ଘଟଣା ଘଟିଲା ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମଶାଣିରେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ବୃଦ୍ଧ ଜୀବିତ ଥିବା ଜଣା ପଡ଼ିଥିଲା । ଏହା ଜାଣି ସଂପର୍କିୟମାନେ ସ୍ଥାନୀୟ ଚିକିତ୍ସକଙ୍କ ଦ୍ୱାରା ଯାଞ୍ଚ କରାଇବା ପରେ ସେ ମଧ୍ୟ ବୃଦ୍ଧ ଜୀବତ ଥିବା କହିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଖବର ଶୁଣି ଖୁସି ହେବା ସହ ତାଙ୍କର ପୁନଃ ଚିକିତ୍ସା ପାଇଁ ସଂପର୍କିୟମାନେ ନାରାୟଣ ମଗଧ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପରେ ଡ଼ାକ୍ତର ବୃଦ୍ଧଙ୍କୁ ପୁଣି ଥରେ ମୃତ ଘୋଷଣା କରିଥିଲେ । ଯାହା ଶୁଣିବା ପରେ ସଂପର୍କିୟମାନେ ନିରାଶ ହୋଇ ଘରକୁ ଫେରିଥିଲେ । ମରିବା ପରେ ବଞ୍ଚିବା ଏବଂ ପୁଣି ଥରେ ମରିଯିବା ଘଟଣା ଏବେ ବିହାରରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ମୁତାବକ, ୮୦ବର୍ଷିୟ ବୃଦ୍ଧ ରାମକୃତ ପ୍ରସାଦ ସେମବାର ସକାଳ ୫ଟା ସମୟରେ ମୃତ୍ୟୁବରଣ କରିଥିଲେ । ଏହା ପରେ ତାଙ୍କୁ ଦିନ ୧୨ଟା ସମୟରେ ଅନ୍ତିମ ସଂସ୍କାର ପାଇଁ ମଶାଣିକୁ ନିଆଯାଇଥିଲା । ଅନ୍ତିମ ସଂସ୍କାର ପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ମୁଖାଗ୍ନି ଦେବା ସମୟରେ ରାମକୃତ ଜୀବିତ ବୋଲି ଜଣାପଡ଼ିଥିଲା ।