‘ବହୁତ ବଦଳି ଯାଇଛି ସୂର୍ଯ୍ୟ’ କହିଲା ନାସା, ୧୦ ବର୍ଷ ଧରି ସୂର୍ଯ୍ୟ ଉପରେ ରଖିଥିଲା ତୀକ୍ଷ୍ମ ନଜର

ନ୍ୟୁୟର୍କ: ୧୦ ବର୍ଷ ଧରି ସୂର୍ଯ୍ୟ ଉପରେ ତୀକ୍ଷ୍ମ ନଜର ରଖିବା ପରେ ନାସା ପକ୍ଷରୁ ୧୦ ବର୍ଷର ସୂର୍ଯ୍ୟ ଶୀର୍ଷକରେ ଏକ ଭିଡିଓ ସେୟାର କରାଯାଇଛି | ନାସା ଦ୍ୱାରା ପ୍ରକାଶିତ ଏହି ଭିଡିଓରେ ସୂର୍ଯ୍ୟଙ୍କୁ ଗତ ଦଶ ବର୍ଷ ଧରି ଅଧ୍ୟୟନ କରାଯାଇଛି। ଏହି ଭିଡିଓଟିରେ ସୂର୍ଯ୍ୟଙ୍କୁ ୨ ଜୁନ୍ ୨୦୧୦ ରୁ ୧ ଜୁନ୍ ୨୦୨୦ ପର୍ଯ୍ୟନ୍ତ ଅଧ୍ୟୟନ କରାଯାଇଛି | ଏହି ଦଶ ବର୍ଷ ମଧ୍ୟରେ ସୂର୍ଯ୍ୟଙ୍କ ପରିବର୍ତ୍ତନ ବିଷୟରେ ନାସା ଅତି ନିକଟରୁ ଦେଖାଇଛି | ନାସା କହିଛି ଯେ ସୋଲାର ଅବଜରଭେଟୋରୀ ୧୦ ବର୍ଷ ଧରି ସୂର୍ଯ୍ୟଙ୍କ ଉପରେ ନଜର ରଖିଛି ଏବଂ ସୂର୍ଯ୍ୟଙ୍କ ୪୫ କୋଟି ହାଇ ରିଜୋଲ୍ୟୁସନ୍ ଫଟୋ ଉଠାଇଛି ଓ ୨ କୋଟି ଗିଗାବାଇଟ୍ ତଥ୍ୟ ସଂଗ୍ରହ କରିଛି।

ସୂର୍ଯ୍ୟଙ୍କ ୧୦ ବର୍ଷର ସୌର ଚକ୍ର ସମୟର ବୃଦ୍ଧି ଏବଂ ହ୍ରାସକୁ ଦର୍ଶାଯାଇଥିବାବେଳେ ନାସା କହିଛି ଯେ ସୂର୍ଯ୍ୟ ବହୁତ ବଦଳିଛି। ଏହି ଗତିବିଧି ବୈଜ୍ଞାନିକମାନଙ୍କୁ ଆମର ନିକଟତମ ତାରାମାନଙ୍କର କାର୍ଯ୍ୟ ବିଷୟରେ ଅଧିକ ବୁଝିବାରେ ସାହାଯ୍ୟ କରିଛି | ଏହାସହ ଏହା ସୌର ପ୍ରଣାଳୀକୁ କିପରି ପ୍ରଭାବିତ କରେ ତାହା ମଧ୍ୟ ସାମ୍ନାକୁ ଆସିଛି।


ନାସା ଅନୁଯାୟୀ ସୂର୍ଯ୍ୟଙ୍କ ଚୁମ୍ବକୀୟ କ୍ଷେତ୍ର ଏକ ଚକ୍ର ଦେଇ ଗତି କରେ | ଯାହାକୁ ସୌର ଚକ୍ର କୁହାଯାଏ | ପ୍ରତି ୧୦ ବର୍ଷ ପରେ ସୂର୍ଯ୍ୟଙ୍କର ଚୁମ୍ବକୀୟ କ୍ଷେତ୍ର ସଂପୂର୍ଣ୍ଣ ରୂପେ ବଦଳିଯାଏ | ନାସା ଦ୍ୱାରା ଅଂଶୀଦାର ହୋଇଥିବା ଏହି ଭିଡିଓରେ, ୧୦ ବର୍ଷକୁ ଏକ ଘଣ୍ଟା ଏବଂ ଏକ ମିନିଟ୍ ମାଧ୍ୟମରେ ଦର୍ଶାଯାଇଛି | ଭିଡିଓଟି ପ୍ରତି ଏକ ସେକେଣ୍ଡକୁ ଏକ ଦିନ ଭାବେ ଦେଖାଯାଇଛି |

ସମ୍ବନ୍ଧିତ ଖବର