ଆଟଲାଣ୍ଟା: ଆଟଲାଣ୍ଟାର ହାର୍ଟସଫିଲ୍ଡ-ଜାକ୍ସନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ସମୟରେ ବୁଧବାର ଅପରାହ୍ଣରେ ଡେଲ୍ଟା ଏୟାରଲାଇନ୍ସର ଏକ ବିମାନର ଟାୟାରରେ ନିଆଁ ଲାଗିଯିବା ଯୋଗୁ ତାହା ବିସ୍ଫୋରିତ ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତ ୧୯୦ ଜଣ ଯାତ୍ରୀ ନିରାପଦରେ ଅବତରଣ କରିଥିବା ଫେଡେରାଲ ଏଭିଏସନ ପ୍ରଶାସନ (ଏଫ୍ଏଏ) ପକ୍ଷରୁ କୁହାଯାଇଛି।
ବୋଷ୍ଟନରୁ ଆସିଥିବା ଡେଲ୍ଟା ଫ୍ଲାଇଟ୍ ୧୪୩୭ ଆଟଲାଣ୍ଟାରେ ଅବତରଣ ସମୟରେ ଏହାର ବାମ ମେନ ଗିୟର ଟାୟାରରେ ନିଆଁ ଲାଗି ଫାଟିଯାଇଥିଲା। ବୋଇଂ ୭୫୭ରେ ଥିବା ଜଣେ ଯାତ୍ରୀ ଏହାର ଫଟୋ ଓ ଭିଡ଼ିଓ ୧୧ଆଲାଇଭ୍ରେ ଛାଡ଼ିଛନ୍ତି। ନିଆଁରୁ ବର୍ତ୍ତିବା ପାଇଁ ଲୋକମାନେ ଇମର୍ଜେନ୍ସି ସୁଟ୍ରେ ଓହ୍ଲାଉଥିବା ଏଥିରେ ଦେଖିବାକୁ ମିଳିଛି। ଡେଲ୍ଟାର କର୍ମଚାରୀମାନେ ନିରାପଦରେ ଯାତ୍ରୀମାନଙ୍କୁ ଅବତରଣ କରାଇଥିବାରୁ ଜନୈକ ଯାତ୍ରୀ ବ୍ରୁସ୍ କ୍ୟାମ୍ପବେଲ ଏହାର ପ୍ରଶଂସା କରିଛନ୍ତି।
ଡେଲ୍ଟା ବିମାନ ଅବତରଣ ବେଳେ ଟାୟାରରେ ଲାଗିଲା ନିଆଁ: ଜଣେ ଆହତ, ୧୯୦ ଯାତ୍ରୀ ନିରାପଦରେ ଓହ୍ଲାଇଲେ
/sambad/media/post_attachments/wp-content/uploads/2023/08/g56j4dg654gjgjgjgjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)