ଖବର କାଗଜ ପଢ଼ି ବସ୍‌ ଚଳାଇଲେ ଚାଳକ, ବସିଥିବା ଲୋକଙ୍କର ଉଡ଼ିଲା ହୋସ,ଭାଇରାଲ ହେଲା ଭିଡ଼ିଓ

ଚେନ୍ନାଇ : ଆଗରୁ ଅନେକ ଥର ବସ୍‌ ଚାଳକଙ୍କ ବେପରୁଆ ଢ଼ଙ୍ଗରେ ବସ୍‌ ଚଳାଇବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । କେତେବେଳେ ଚାଳକ ହେଲେ୍‌ମେଟ୍‌ ପିନ୍ଧି ବସ୍‌ ଚଳାଉଥିବାର ଭିଡ଼ିଓ ଭାଇରାଲ ହୋଇଛି ତ କେତେବେଳେ ନାଚି ନାଚି ବସ୍‌ ଚଳାଉଥିବାର ଭିଡ଼ିଓ ଭାଇରାଲ ହୋଇଛି । ଏହା କୌଣସି ନୂଆ କଥା ଯଦିଓ ନୁହେଁ,କିନ୍ତୁ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏପରି ନ କରିବା ପାଇଁ କୁହା ଯାଉଥିବା ବେଳେ ମଧ୍ୟ ଚାଳକମାନେ ନିଜର ମନଇଚ୍ଛା କାମ କରିବା ଛାଡ଼ୁ ନାହାନ୍ତି । ଏବେ ପୁଣି ସେଭଳି ଏକ ଭିଡ଼ିଓ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି । ଜଣେ ଚାଳକ ଖବର କାଗଜ ପଢ଼ି ବସ୍‌ ଚାଳଉଥିବା ଏହି ଭିଡ଼ିଓ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ଏହି ଘଟଣାଟି ତାମିଲନାଡୁରେ ଘଟିଥିବା ବେଳେ ଚାଳକ ଜଣକ ଏମ୍‌ଟିଏସ୍‌ ବସ୍‌ ଚଳାଉଥିଲେ ବୋଲି ସ୍ପଷ୍ଟ ହୋଇଛି ।

ଏହି ଭିଡ଼ିଓରେ ଚାଳକ ଜଣଙ୍କ ବସ୍‌ରେ ବସିଥିବା ଅନେକ ସଂଖ୍ୟାକ ଯାତ୍ରୀଙ୍କ ଜୀବନ କଥା ନ ଭାବି ଗାଡ଼ି ଚାଳଉଥିବାର ଦେଖିବାକୁ ମିଳିଛି । ରାସ୍ତାକୁ ନ ଦେଖି ଖବରକାଗଜ ଉପରେ ନଜର ରଖି ଗାଡ଼ି ଚଳାଉଥିବା ଚାଳକଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ଭିଡ଼ିଓରେ ଚାଳକ ଜଣଙ୍କ ଏକ ମାସ୍କ ପିନ୍ଧିଥିବାରୁ ତାଙ୍କ ପରିଚୟ ମିଳି ପାରି ନାହିଁ । ଅନ୍ୟ ପକ୍ଷରେ ଭିଡ଼ିଓ ଭାଇରାଲ ହେବା ପରେ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି ଏମ୍‌ଟିଏସ୍‌ ଅଧିକାରୀ ।

ସମ୍ବନ୍ଧିତ ଖବର