ମୁମ୍ବାଇ: ଆଜି ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାର ମହଦଠାରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ି ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। କୋଠାର ଧ୍ବଂସସ୍ତୁପ ତଳେ ୯୦ ଜଣ ଫସି ରହିଥିବା ଜଣାପଡ଼ିଛି। ଏନ୍ଡିଆର୍ଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ବହୁତଳ କୋଠାରେ ମୋଟ ୪୫ଟି ଫ୍ଲାଟ୍ ଥିଲା। ଆଜି ସନ୍ଧ୍ୟା ସାଢେ ୬ଟାରେ ଏହି ଦୁର୍ଘଟଣା ଘଟିଛି। ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିବା ଫଳରେ ତଳ ମହଲାର ୯୦ ଜଣ ଫସି ରହିଯାଇଛନ୍ତି। ଏନ୍ଡିଆର୍ଏଫ୍ର ୩ଟି ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। କୋଠା ଭୁଶୁଡ଼ିବା ବେଳେ ଏତେ ମାତ୍ରାରେ ଧୂଳି ସୃଷ୍ଟି ହୋଇଥିଲା, ଆଖିକୁ କିଛି ବି ଦିଶୁ ନଥିଲା ବୋଲି କୋଠା ଭୁଶୁଡ଼ିବା ବେଳର ଏକ ଭାଇରାଲ ଭିଡିଓରୁ ଜଣାପଡ଼ିଛି। ବର୍ଷା ଯୋଗୁଁ ଦୁର୍ବଳ ହୋଇ ପଡ଼ିଥିବା ଏହି ପାଞ୍ଚ ମହଲା କୋଠାଟି ଭୁଶୁଡ଼ି ପଡ଼ିଛି ବୋଲି ରାଇଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କୋଠା ଭୁଶୁଡ଼ିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଶାହ କହିଛନ୍ତି। ଗତ ମାସରେ ମୁମ୍ବାଇରେ ଏଭଳି କୋଠା ଭୁଶୁଡ଼ି ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିଲେ।
ମହାରାଷ୍ଟ୍ରରେ ୫ ମହଲା କୋଠା ଭୁଶୁଡ଼ିଲା: ୧୫ ଆହତ, ଫସି ରହିଛନ୍ତି ୯୦
/sambad/media/post_attachments/wp-content/uploads/2020/08/gj798gj798dgjdgjdgjdjg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)