ଆତଙ୍କବାଦୀ ଆକ୍ରମଣରେ ଯବାନଙ୍କ ସମେତ ୫ ବର୍ଷର ଶିଶୁ ନିହତ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜବେହାରରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ସିଆରପିଏଫ୍ ଯବାନଙ୍କ ସମେତ ଜଣେ ୫ ବର୍ଷର ଶିଶୁ ନିହତ ହୋଇଛନ୍ତି। ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହ ତଲାସୀ ଅଭିଯାନ ଆରମ୍ଭ ବୋଲି ଜମ୍ମୁ କାଶ୍ମୀର ପୁଲିସ କହିଛି।

ବିଜବେହାର ଅଞ୍ଚଳର ପଦସାହି ବାଗ ପୋଲ ନିକଟରେ ଆତଙ୍କବାଦୀମାନେ ସିଆରପିଏଫର ୯୦ ବାଟାଲିୟନ ଉପରକୁ ଗୁଳି ଚଳାଇଥିଲେ। ମଧ୍ୟାହ୍ନ ୧୨ଟା ୧୦ ମିନିଟ ସମୟରେ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣରେ ସିଆରପିଏଫର ଜଣେ ଯବାନ ଓ ଜଣେ ଶିଶୁ ଆହତ ହୋଇଥିଲେ। ‌ଏହାପରେ ସେମାନଙ୍କୁ ଏକ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେମାନଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଆତଙ୍କବାଦୀଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ଖାନତଲାସି ଚାଲିଛି।

ସମ୍ବନ୍ଧିତ ଖବର