ଦୁଇପୁଅଙ୍କୁ ହତ୍ୟା କରିବା ପରେ ପୂର୍ବତନ କର୍ପୋରେଟର୍‌ ଓ ତାଙ୍କ ପତ୍ନୀ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ପୂର୍ବତନ କର୍ପୋରେଟର୍‌ ଏବଂ ତାଙ୍କ ପତ୍ନୀ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।  ଏହି ସମଗ୍ର ଘଟଣା ମଧ୍ୟପ୍ରଦେଶର ବିଦିଶାରେ ଘଟିଛି।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦମ୍ପତିଙ୍କର ଉଭୟ ପିଲା ମାଂସପେଶୀ  ଡିଷ୍ଟ୍ରଫି ଜନିତ ଏକ ‌ରୋଗରେ ପୀଡିତ ଥିଲେ। ପୁଲିସ ମୃତ ଭାରତୀୟ ଜନତା ପାର୍ଟିର ପୂର୍ବତନ କର୍ପୋରେଟର୍‌ ସଞ୍ଜୀବ ମିଶ୍ରା (୪୫)ଙ୍କୁ ଚିହ୍ନଟ କରିବା ସହିତ ତାଙ୍କ ପତ୍ନୀ ନୀଲାମ(୪୨) ଏବଂ ସେମାନଙ୍କର ଦୁଇ ସନ୍ତାନ ଅନମୋଲ ଏବଂ ସାର୍ଥକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

MP: Ex-BJP corporator ends life along with wife, 2 minor sons in Vidisha, 'he was upset with children's illness', says SP

ପୁଲିସର ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ଦମ୍ପତି ସେମାନଙ୍କ ପିଲାମାନଙ୍କର ଅସୁସ୍ଥତା ଏବଂ ଚିକିତ୍ସା ଅବସ୍ଥାକୁ ନେଇ ବହୁତ ଚିନ୍ତିତରେ ରହୁଥିଲେ। ସଞ୍ଜୀବ ମିଶ୍ରା ତାଙ୍କ ମୃତ୍ୟୁ ପୂର୍ବରୁ ଏକ ଟୁଇଟ୍ କରିଥିଲେ। ଏହି ଟ୍ୱିଟରେ ସେ ଲେଖିଥିଲେ, ଯେ ଭଗବାନ କାହାର ଶତ୍ରୁର ପିଲାମାନଙ୍କୁ ବି ଏପରି ରୋଗ ଦେବା ଉଚିତ୍ ନୁହେଁ। ମୁଁ ମୋର ପିଲାମାନଙ୍କୁ ବଞ୍ଚାଇବାକୁ ଅସମର୍ଥ, ବର୍ତ୍ତମାନ ମୁଁ ଆଉ ବଞ୍ଚିବାକୁ ଚାହେଁ ନାହିଁ ।’

ଖବର ପାଇ  ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପୂର୍ବତନ କର୍ପୋରେଟର୍‌ ସଞ୍ଜୀବ ମିଶ୍ରାଙ୍କ ଘରର ତାଲା ଭାଙ୍ଗି ଦେଇଥିଲା । ଆଉ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଶୀଘ୍ର ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା । ଯେଉଁଠାରେ ଚିକିତ୍ସା ସମୟରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର