୪୪ଦିନର ମଜୁରୀ ଦେବାରେ ସାହାଯ୍ୟ କରନ୍ତୁ; ମୋଦୀଜୀଙ୍କୁ କହିଲେ ଗଣତନ୍ତ୍ର ଦିବସ ପରେଡର ଅତିଥି

ନୂଆଦିଲ୍ଲୀ: ଗୁରୁବାର ଦିନ ସମଗ୍ର ଦେଶରେ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ବିଶେଷ କଥା ହେଉଛି ଏଥର ସେଣ୍ଟ୍ରାଲ୍ ଭିସ୍ତା ପ୍ରୋଜେକ୍ଟ ଏବଂ କର୍ତ୍ତବ୍ୟ ପଥ ନିର୍ମାଣ କାର୍ଯ୍ୟ ସହ ଜଡିତ ଶ୍ରମିକମାନଙ୍କୁ ପ୍ୟାରେଡ୍ ଦେଖିବା ପାଇଁ ସ୍ୱତନ୍ତ୍ର ପାସ୍ ଦିଆଯାଇଥିଲା। ସେମାନଙ୍କୁ ଭିଭିଆଇପି ଆସନରେ ବସିବାକୁ ଅନୁମତି ମିଳିଥିଲା। ଗଣତନ୍ତ୍ର ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଶ୍ରମିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଶ୍ରମିକମାନଙ୍କ ମଧ୍ୟରେ ମାଳୀ ସୁଖ ନନ୍ଦନ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ।

ସୁଖ ନନ୍ଦନ କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଭେଟିବାକୁ ଆସିଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଏତେ ପାଖରେ ପାଇ ସେ ବହୁତ ଖୁସି ହୋଇଥିଲେ। ତେବେ ଯେତେବେଳେ ତାଙ୍କୁ ପଚରାଗଲା ସେ ସୁଯୋଗ ପାଇଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ’ଣ କହିବେ? ଏହାର ଉତ୍ତର ଦେଇ ସେ କହିଥିଲେ ଯେ ତାଙ୍କର ପୁରୁଣା କଣ୍ଟ୍ରାକ୍ଟର ତାଙ୍କୁ ୪୪ଦିନ ମଜୁରୀ ଦେଇନାହାଁନ୍ତି। ତେଣୁ ସେହି ମଜୁରୀ ପାଇବା ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାହାଯ୍ୟ ମାଗିବେ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ସୁଖ ନନ୍ଦନ ମଧ୍ୟପ୍ରଦେଶର ନିୱାରୀ ଜିଲ୍ଲାର ବାସିନ୍ଦା। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏତେ ନିକଟରୁ ଦେଖି ମୁଁ ବହୁତ ଖୁସି ଅଛି। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆସି ମୋ ସହ ହାତ ମିଳାଇ ଅଭିବାଦନ ଜଣାଇଲେ ସେତେବେଳେ ମୁଁ ବହୁତ ଖୁସି ହୋଇଯାଇଥିଲି। ଏଭଳି କାର୍ଯ୍ୟକ୍ରମର ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି। ମୁଁ କେବେ ଭାବି ନଥିଲି ଯେ ମୁଁ ଗଣତନ୍ତ୍ର ଦିବସରେ ବିଶେଷ ଅତିଥି ହେବି।

ତେବେ ନନ୍ଦନ ଗତ ୨ମାସ ଧରି ଇଣ୍ଡିଆ ଗେଟରେ ଉଦ୍ୟାନ କୃଷି ବିଭାଗରେ ମାଳୀ ଭାବେ କାର୍ଯ୍ୟ କରିଆସୁଛନ୍ତି। ଏହାପୂର୍ବରୁ ସେ ଜଣେ କଣ୍ଟ୍ରାକ୍ଟରଙ୍କ ମାଧ୍ୟମରେ ଆନ୍ଧ୍ର ଭବନରେ କାମ କରୁଥିଲେ।

ସମ୍ବନ୍ଧିତ ଖବର