ଇସ୍ଲାମାବାଦ: ପାକିସ୍ତାନର ସାମୁଦ୍ରିକ ସୀମାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସର ବିପୁଳ ଭଣ୍ଡାର ଦେଖିବାକୁ ମିଳିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଭଣ୍ଡାର ଏତେ ବଡ଼ ଯେ ଏଥିରୁ ଉତ୍ପାଦନ ଏହି ପଡ଼ୋଶୀ ଦେଶର ଭାଗ୍ୟ ବଦଳାଇ ଦେଇପାରେ। ତୈଳ ଓ ଗ୍ୟାସ ଭଣ୍ଡାରର ଉପସ୍ଥିତି ନିଶ୍ଚିତ କରିବା ପାଇଁ ଏକ ବନ୍ଧୁ ରାଷ୍ଟ୍ରର ସହଯୋଗରେ ତିନି ବର୍ଷ ଧରି ଏହି ସର୍ଭେ କରାଯାଇଥିଲା ବୋଲି ଶୁକ୍ରବାର ଦିନ ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି।

Advertisment

ପାକିସ୍ତାନର ସାମୁଦ୍ରିକ ସୀମାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସର ବିପୁଳ ଭଣ୍ଡାର ଦେଖିବାକୁ ମିଳିଛି । ପାକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଭଣ୍ଡାର ଏତେ ବଡ଼ ଯେ ଏଥିରୁ ଉତ୍ପାଦନ ଏହି ପଡ଼ୋଶୀ ଦେଶର ଭାଗ୍ୟ ବଦଳାଇ ଦେଇପାରେ।

ଭୌଗୋଳିକ ସର୍ବେକ୍ଷଣ ପାକିସ୍ତାନକୁ ଏହି ତୈଳଭଣ୍ଡାର ଚିହ୍ନଟ କରିବାରେ ସାହାଯ୍ୟ କରିଥିଲା । ଏହି ସର୍ଭେ କରିଥିବା ବିଭାଗ ଗୁଡ଼ିକ ପାକିସ୍ତାନ ଜଳସୀମାରେ ଥିବା ତୈଳ ସମ୍ପଦ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇଛନ୍ତି। ଏହି ସମ୍ବଳରୁ ଉପକୃତ ହେବା ପାଇଁ ନିଲାମ ଏବଂ ଅନୁସନ୍ଧାନ ପ୍ରସ୍ତାବଗୁଡ଼ିକୁ ଅଧ୍ୟୟନ କରାଯାଉଛି, ଅର୍ଥାତ୍ ନିକଟ ଭବିଷ୍ୟତରେ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ କରାଯାଇପାରିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ବିଶ୍ୱର ଚତୁର୍ଥ ବୃହତ୍ତମ ଗ୍ୟାସ ଭଣ୍ଡାର
ତେବେ ପ୍ରକୃତରେ ତେଲ ଉତ୍ତୋଳନ ପାଇଁ ବର୍ଷ ବର୍ଷ ଲାଗିପାରେ ବୋଲି ଅଧିକାରୀମାନେ କହିଛନ୍ତି। ଏହି ପଦକ୍ଷେପ ନେଇ କାର୍ଯ୍ୟକୁ ଶୀଘ୍ର ଶେଷ କଲେ ଦେଶର ଅର୍ଥନୈତିକ ଭାଗ୍ୟରେ ପରିବର୍ତ୍ତନ ଆସିପାରିବ ବୋଲି ଅଧିକାରୀ ଜଣକ କହିଛନ୍ତି। କେତେକ ଆକଳନରୁ ଜଣାପଡିଛି ଯେ ଏହି ଆବିଷ୍କାର ବିଶ୍ୱର ଚତୁର୍ଥ ବୃହତ୍ତମ ତୈଳ ଓ ଗ୍ୟାସ ଭଣ୍ଡାର ।