ଇସାନ୍‌: ଥାଇଲାଣ୍ଡ୍‌ର ଉତ୍ତରପୂର୍ବ ପ୍ରାନ୍ତରେ ଥିବା ମଫସଲ ଅଞ୍ଚଳରେ ଅସଂଖ୍ୟ ଲୋକଙ୍କର ପ୍ରିୟ ମାଛ ବ୍ୟଞ୍ଜନ ‘କୋଇ ପ୍ଲା’ କର୍କଟ ରୋଗର କାରଣ ବୋଲି ଗବେଷକମାନେ କହିଛନ୍ତି।

Advertisment

କଞ୍ଚାମାଛରେ ମସଲାଗୁଣ୍ଡ ଓ କାଗଜି ଲେମ୍ବୁ ରସ ଦେଇ ପ୍ରସ୍ତୁତ କରାଯାଉଥିବା ଆଞ୍ଚଳିକ ବ୍ୟଞ୍ଜନ ‘କୋଇ ପ୍ଲା’ରେ ଥିବା ପରଜୀବୀ କୃମି ହିଁ ମାରାତ୍ମକ ‘ଲିଭର୍‌ କ୍ୟାନ୍‌ସର୍‌’ର (ଯକୃତ୍‌ କର୍କଟ ରୋଗ) କାରଣ‌ ଓ ସେଥିଯୋଗୁଁ ବର୍ଷକୁ ଥାଇଲାଣ୍ଡ୍‌ରେ ୨୦,୦୦୦ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି।

ଦାରିଦ୍ର୍ୟ ପ୍ରପୀଡ଼ିତ ଅଞ୍ଚଳ ଇସାନ୍‌ରେ ଖୁବ୍‌ ଲୋକପ୍ରିୟ ହୋଇଥିବାରୁ ପୁରୁଷାନୁକ୍ରମେ ସେମାନେ ‘କୋଇ ପ୍ଲା’ ଖାଇ ଆସୁଛନ୍ତି। ଏବଂ ତାହାହିଁ ‘ବାଇଲ୍‌ ଡକ୍ଟ୍‌ କ୍ୟାନ୍‌ସର୍‌’ର କାରଣ ବୋଲି ଜଣାପଡ଼ିଛି। ଏହି କର୍କଟ ରୋଗ କରାଉଛି ଏକ ପରଜୀବୀ ଚେପ୍‌ଟା କୃମି, ଯିଏ ମେକୋଙ୍ଗ୍‌ ଅଞ୍ଚଳରେ ଆଦିମ କାଳରୁ ରହି ଆସିଛି ଓ ଅନେକ ମଧୁର ଜଳ ମାଛରେ ତାହା ଦେଖାଯାଏ ବୋଲି ‘ନିଉଜ୍‌ ଏଜେନ୍‌ସି’ ‘ଏଏଫ୍‌ପି’ ରିପୋର୍ଟ କରିଛି।

publive-image Image Courtesy of LBC

ଏହି କୃମି ଆକ୍ରାନ୍ତ ମାଛରେ ପ୍ରସ୍ତୁତ ବ୍ୟଞ୍ଜନ ଖାଇବାଦ୍ବାରା କୃମି ମଣିଷ ପେଟରେ ଥିବା ‘ବାଇଲ୍‌ ଡକ୍ଟ୍‌’ ଭିତରେ ବର୍ଷ ବର୍ଷ ଧରି ଏମିତି ଲୁଚି ରହିଯାଏ ଯେ, ଡାକ୍ତରୀ ପରୀକ୍ଷାରେ ବି ସହଜେ ଧରା ପଡ଼େନାହିଁ। କ୍ରମେ ତାହା ‘ବାଇଲ୍‌ ଡକ୍ଟ୍‌’କୁ ଫୁଲାଇ କ୍ଷତାକ୍ତ କରି ମାରାତ୍ମକ ‘ଲିଭର୍‌ କ୍ୟାନ୍‌ସର୍‌’ ସୃଷ୍ଟି କରେ ବୋଲି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କହିଛି।

ଇସାନ୍‌ ସମ୍ପ୍ରଦାୟଙ୍କର ୮୦% ଲୋକଙ୍କ ଦେହରେ ଏହି ପରଜୀବୀ କୃମି ଉପସ୍ଥିତ ଥିବା କଥା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଛି।