ରାଞ୍ଚି ବିମାନବନ୍ଦରରେ ବଡ଼ ଦୁର୍ଘଟଣା ଟଳିଲା, ଉଡ଼ାଣ ପୂର୍ବରୁ ପକ୍ଷୀ ସହ ମାଡ଼ ହେଲା ବିମାନ

ନୂଆଦିଲ୍ଲୀ: ଆଜି ରାଞ୍ଚିରେ ଏକ ବଡ଼ ବିମାନ ଦୁର୍ଘଟଣା ଟଳି ଯାଇଛି। ରାଞ୍ଚିର ବିର୍ସାମୁଣ୍ଡା ଏୟାରପୋର୍ଟରୁ ଏକ ବିମାନ ମୁମ୍ବାଇ ଅଭିମୁଖେ ଉଡ଼ାଣ ଆରମ୍ଭ ସମୟରେ ଏକ ପକ୍ଷୀ ସହ ମାଡ଼ ହୋଇଥିଲା। ପାଇଲଟ୍‌ ଏଥିପାଇଁ ଜରୁରୀକାଳୀନ ବ୍ରେକ୍‌ ବ୍ୟବହାର କରି ବିମାନକୁ ଅଟକାଇଥିଲେ ଏବଂ ପରେ ଏହି ବିମାନର ଉଡ଼ାଣ ରଦ୍ଦ କରାଯାଇଛି। ଏୟାର ଏସିଆର ଏହି ବିମାନ (ଆଇ୫-୬୩୨) ରନ୍‌ୱେରେ ଉଡ଼ାଣ ଆରମ୍ଭ କରିବା ମାତ୍ରେ ହିଁ ଏଭଳି ଦୁର୍ଘଟଣା ଘଟିଥିଲା । ରାଞ୍ଚି ଏୟାରପୋର୍ଟ କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନରେ ମୋଟ ୧୭୬ ଯାତ୍ରୀ ଥିଲେ ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।ଏହି ବିମାନ ବନ୍ଦର ଆଖପାଖ ଅଂଚଳରେ ମାଛ ମାଂସ ବଜାର ରହିଛି ଏବଂ ଏହାର ଗନ୍ଧରେ ପକ୍ଷୀମାନେ ବାରମ୍ବାର ରନ୍‌ୱେ ଦେଇ ଉଡ଼ୁଛନ୍ତି ଏବଂ ସର୍ବଦା ପକ୍ଷୀ ସହ ମାଡ଼ ହେବା ଆଶଙ୍କା ରହୁଛି।

ସମ୍ବନ୍ଧିତ ଖବର