ନୂଆଦିଲ୍ଲୀ: ଚତୁର୍ଥ ମହଲାରୁ ତଳକୁ ଖସି ୭ମାସ ହେଲା କୋମାରେ ଥିଲେ ଯୁବକ। ୭ମାସ ପରେ ସେ କୋମାରୁ ଫେରିବା ପରେ ପରିବାର ଲୋକଙ୍କ ଖୁସିର ଠିକଣା ନ ଥିଲା। ହେଲେ ପୁଅ ସହ କିଛି ସମୟ ବିତାଇବା ପୂର୍ବରୁ ଘରେ ପହଞ୍ଚିଥିଲା ପୁଲିସ ଏବଂ ଯୁବକଙ୍କୁ ଗିରଫ କରିଥିଲା। ୭ମାସ ପୂର୍ବରୁ ସେ କରିଥିବା ଅପରାଧ ପାଇଁ ପୁଲିସ ତାକୁ ଗିରଫ କରିଥିବା ଜଣାପଡ଼ିଛି।

Advertisment

ସୂଚନା ମୁତାବକ, ୭ ମାସ ତଳେ ଯୁବକ ନିଜ ଘରର ଚତୁର୍ଥ ମହଲାରୁ ତଳକୁ ଖସି ପଡ଼ିବା ପରେ ପୁଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ପହଞ୍ଚିବା ପରେ ଯୁବକଙ୍କ ଘରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବାର ଦେଖିଥିଲା। ପରେ ତଦନ୍ତ କରାଯିବାରୁ ମହିଳାଜଣଙ୍କ ଯୁବକଙ୍କ ପ୍ରେମିକା ବୋଲି ଜଣାପଡ଼ିଥିଲା। ତେବେ ଯୁବକଜଣକ ମହିଳାଙ୍କୁ କାହିଁକି ଏବଂ କେଉଁ ପରିସ୍ଥିତିରେ ହତ୍ୟା କଲେ ତାହା ସ୍ପଷ୍ଟ ହୋଇ ନଥିଲା। ପରେ ସେ ଚତୁର୍ଥ ମହଲାରୁ ତଳକୁ କେମିତି ପଡ଼ିଲେ। ସେ ବିଷୟରେ ତଦନ୍ତ କରିବା ପାଇଁ ଏବେ ପୁଲିସ ୭ମାସ ପରେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି।