କାର ଭିତରେ ରାହୁଲ ଗାନ୍ଧୀଙ୍କୁ ଜୋରଜବରଦସ୍ତ ଚୁମ୍ବନ ଦେଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜର ସଂସଦୀୟ କ୍ଷେତ୍ର ଓ୍ଵାଏନାଡଗସ୍ତରେ ଅଛନ୍ତି। ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ବୁଧବାର କେରଳର ଓ୍ଵାଏନାଡରେ ଜଣେ ବ୍ୟକ୍ତି ରାହୁଲ ଗାନ୍ଧିଙ୍କୁ  ଚୁମ୍ବନ ଦେଇଥିବା ଖବର ସାମ୍ନାକୁ ଆସିଛି।

ଏହି ଘଟଣାଟି ଥିଲା ଏମିତି। ରାହୁଲ ଗାନ୍ଧୀ କାରରେ ବସିଥିଲେ। କାର୍‌ରେ ବସି ରାହୁଲ ବାହାରେ ଥିବା ଲୋକଙ୍କ ସହିତ ହାତ ମିଳାଉଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଜୋରଜବରଦସ୍ତ କାର ପାଖକୁ ଆସିଥିଲେ ଓ ରାହୁଲ ଗାନ୍ଧୀଙ୍କ କାନ୍ଧଙ୍କୁ ଧରି ତାଙ୍କ ଗାଲରେ ଏକ ଚୁମ୍ବନ ଦେଇଥିଲେ। ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଙ୍ଗଳବାର ରାହୁଲ ଗାନ୍ଧି ଓ୍ଵାଏନାଡରେ ପହଞ୍ଚିଥିଲେ। ଏଠାରେ ସେ ବନ୍ୟା ପ୍ରଭାବିତଙ୍କ  ଘର ହରାଇ ଥିବା ଲୋକଙ୍କୁ ପୁର୍ନବାସ ନେଇ ଚାଲିଥିବା କାର୍ଯ୍ୟ କିପରି ଚାଲିଛି ତାହା ପଚାରି ବୁଝୁଥିଲେ।

ରାହୁଲ ଗାନ୍ଧୀଙ୍କ ସହିତ ଏମିତି ଘଟଣା ପୂର୍ବରୁ ବି ଘଟି ସାରିଛି। ୨୦୧୯ ଲୋକସଭା ନିର୍ବାଚନ ସମୟରେ ଗୁଜୁରାଟର ଓ୍ଵାଲସାଡରେ ଏକ ର‍୍ୟାଲିକୁ ସମ୍ଭୋଧିତ କରୁଥିବା ସମୟରେ ମଞ୍ଚ ଉପରକୁ ଜଣେ ମହିଳା ଆସି ରାହୁଲଙ୍କୁ ଚୁମ୍ବନ ଦେଇଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ୨୦୧୪ରେ ରାହୁଲ ଗାନ୍ଧୀ ଆସାମ ଗସ୍ତରେ ଥିବା ସମୟରେ ଏମିତି ଏକ ଅସ୍ୱାଭାବିକ ପରିସ୍ଥିତିର ସାମ୍ନାକୁ କରିବାକୁ ତାଙ୍କୁ ପଡ଼ିଥିଲା ।

ସମ୍ବନ୍ଧିତ ଖବର