ବନ୍ଧୁ ପତ୍ନୀଙ୍କୁ ରଙ୍ଗ ଲଗାଇବାକୁ ଚାହିଁବାରୁ ଯୁବକଙ୍କୁ ଗୁଳି କରି ହତ୍ୟା

କୋଲକାତା: ହୋଲି ଉତ୍ସବ ଚାଲିଥିବାବେଳେ ଶୁକ୍ରବାର କୋଲକାତାର ରେଜିଣ୍ଟ ପାର୍କର ପଲ୍ଲୀଶ୍ରୀଠାରେ ଏକ ଅଘଟଣ ଘଟିଛି। ବନ୍ଧୁପତ୍ନୀଙ୍କ ଉପରେ ରଙ୍ଗ ଲଗାଇବାକୁ ଚାହିଁବାରୁ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ଦିଲ୍ଲୀପ ଚୌହାନ। ଶୁକ୍ରବାର କୋଲକାତା ସହରରେ ହୋଲି ଉତ୍ସବ ଜାକଜମକରେ ପାଳନ କରାଯାଉଥିଲା। ଦିଲ୍ଲୀପ ଏବଂ ତାଙ୍କ ସାଙ୍ଗମାନେ ରୋଜିଣ୍ଟ ପାର୍କର ପଲ୍ଲୀଶ୍ରୀକୁ ଆସି ଜଣେ ବନ୍ଧୁପତ୍ନୀଙ୍କୁ ରଙ୍ଗ ଲଗାଇବାକୁ ଚାହିଁଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହେବାରୁ ଦିଲ୍ଲୀପ ଓ ତାଙ୍କ ସାଙ୍ଗମାନେ ଫେରି ଆସିଥିଲେ।

କିଛି ସମୟ ପରେ ଦିଲ୍ଲୀପଙ୍କ ଘରକୁ ଅନ୍ୟ ଗୋଷ୍ଠୀ ସୁଜିତ ମଲିକ ଓ ତାଙ୍କ ସାଙ୍ଗମାନେ ଆସି ପଚରାଉଚରା କରିଥିଲେ। ସେଠାରେ ଯୁକ୍ତିତର୍କ ହେବାରୁ ସୁଜିତ ଓ ତାଙ୍କ ସାଙ୍ଗମାନେ ଫେରି ଯାଇଥିଲେ। କିଛି ସ ପରେ ସୁଜିତ ଏକ ବନ୍ଧୁକ ଧରି ଆସି ଦିଲ୍ଲୀପଙ୍କ ଉପରକୁ ଗୁଳି କରିଥିଲେ। ଦିଲ୍ଲୀପ ଭୂଇଁରେ ଲୋଟି ପଡିବାରୁ ସେମାନେ ସ୍ଥାନ ଛାଡି ଚାଲିଯାଇଥିଲେ। କୋତକାତା ପୋଲସର ଦକ୍ଷିଣ ଉପାନ୍ତ ବିଭାଗର ପୋଲିସମାନେ ଘଟଣାସ୍ଥଳରେ ପହଞ୍ଚି ଦିଲ୍ଲୀପଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦିଲ୍ଲୀପଙ୍କୁ ମୃତ ଘୋଷଣା କରିଥିଲେ। ଦିଲ୍ଲୀପଙ୍କ ମୃତ ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର