ପାଟଣା: ଆସିଲେ, କାନ୍ଥପାଖେ ଛିଡ଼ା, ଏଣେତେଣେ ଚାହିଁ ସିଧା ପରିସ୍ରା କରିବାକୁ ଲାଗିଲେ । ରାସ୍ତା କଡ଼ରେ ଯୁବକଙ୍କୁ ପରିସ୍ରା କରୁଥିବା ଦେଖି ଉତ୍ୟକ୍ତ ହୋଇଥିଲେ ଲୋକେ ଆଉ ସଙ୍ଗେସଙ୍ଗେ ବିରୋଧ ବି କରିଥିଲେ । କାରଣ ଯୁବକ ଜଣଙ୍କ ଯେଉଁ କାନ୍ଥ ଉପରେ ପରିସ୍ରା କରୁଥିଲେ ସେଠି ଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚିତ୍ର । ଯାହାକୁ ଅପମାନ କରି, ଅତି ଅଭଦ୍ରାମୀର ସହ ପରିସ୍ରା କରିଚାଲିଥିଲେ ଏ ଧଳାପୋଷାକ ପିନ୍ଧା ଯୁବକ ଜଣଙ୍କ । ପଚାରିବାରୁ ସେ ବେଖାତିର କରି ଚାଲିଯାଇଥିଲେ ।
ବିହାର କୋର୍ଟ ପରିସରରୁ ଏ ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ଭିଡ଼ିଓରୁ ଯୁବକ ଜଣଙ୍କ ଶିକ୍ଷିତ ଏବଂ ଓକିଲ ପରି ଲାଗୁଥିଲେ ହେଁ ତାଙ୍କ ପରିଚୟ ସ୍ପଷ୍ଟ ହୋଇନି । ମାତ୍ର ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଏଭଳି ଅପମାନ, ଏଭଳି ଅସମ୍ମାନ ଆଉ ତାଙ୍କ ଆଚରଣର ଏ ଭିଡ଼ିଓ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହୋଇଛି । ଯେଉଁଠି ଯୁବକଙ୍କ ସିଭିକ୍ ସେନ୍ସ ଉପରେ ପ୍ରଶ୍ନ ଚିହ୍ନ ଉଠିଛି ।
A video from Bihar has sparked outrage after a man was allegedly seen urinating on a wall featuring a portrait of Netaji Subhas Chandra Bose. The clip went viral, triggering debate over civic sense, respect for national icons, and accountability.#Bihar#Viral#viralvideopic.twitter.com/dniREPw9VU
— Taaza TV (@taazatv) February 13, 2026
କୋର୍ଟ କାନ୍ଥରେ ଅଙ୍କାଯାଇଥିବା ନେତାଜୀଙ୍କ ଚିତ୍ର ଉପରେ ଯେତେବେଳେ ଯୁବକ ଜଣଙ୍କ ପରିସ୍ରା କରୁଥିଲେ ସେତେବେଳେ ଜଣେ ଭିଡିଓ କରି ତାଙ୍କୁ ଏ କଣ କରୁଛ ବୋଲି ପଚାରିବାରୁ ଜବାବରେ ଯୁବକ କହିଥିଲେ- କଣ ହେଲା ! ମୁଁ ଦେଖିନଥିଲି, ଏବେ ଦେଖିଲି… । ଯାହା ଚୋର ମୁହଁ ଟାଣର ପରିଚୟ ଦେଉଛି ।
ଯଦିଓ ଭିଡିଓଟି କେବେର ତାହା ସ୍ପଷ୍ଟ ଜଣାପଡିନି ମାତ୍ର ନେତାଜୀଙ୍କ ପରି ସ୍ବାଧୀନତା ସଂଗ୍ରାମୀ ଆଉ ଏ ଦେଶର ପରିଚୟଙ୍କ ପ୍ରତି ଏ କି ସମ୍ମାନ, ଏ କି ବ୍ୟବହାର ବୋଲି ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/02/18/bihar-2026-02-18-17-25-31.jpeg)