କଇଁଛଙ୍କ ପାଇଁ ପ୍ଲାଷ୍ଟିକ ବୋତଲରେ ନିର୍ମାଣ ହେଲା ପ୍ରଥମ ସମୁଦ୍ର ସମାଧି

କୋଚି: ସମୁଦ୍ର, ନଦୀରେ ଦିନକୁ ଦିନ ବଢୁଥିବା ପ୍ରଦୂଷଣ ଓ ସେଠାରେ ଫିଙ୍ଗାଯାଉଥିବା ପ୍ଲାଷ୍ଟିକ ସାମଗ୍ରୀ ପାଇଁ ବହୁ ସଂଖ୍ୟାରେ ଜଳଜୀବଙ୍କ ପାଇଁ ବିପଦ ସୃଷ୍ଟି ହେଉଛି | କିଛି ଜଳଜୀବଙ୍କ ପ୍ରଜାତି ଲୋପ ପାଇଯାଇଥିବାବେଳେ କିଛି ଜଳଜୀବଙ୍କ ପ୍ରଜାତି ଏବେ ମୃତ୍ୟୁ ମୁହଁରେ ପହଂଚିଗଲେଣି | ଏସବୁ ପ୍ରତି ଲୋକଙ୍କୁ ସଚେତନ ସୃଷ୍ଟି କରିବା ପାଇଁ କେରଳର କୋଝିକୋଡ଼ରେ ଏବେ ବିଶ୍ୱର ପ୍ରଥମ ସମୁଦ୍ର ସମାଧି ନିର୍ମାଣ କରାଯାଇଛି | ଏହାକୁ ନିର୍ମାଣ କରିବା ପାଇଁ ପ୍ଲାଷ୍ଟିକ ବୋତଲର ବ୍ୟବହାର କରାଯାଇଛି |

Photo-ANI

ଏହି ସମାଧିଟିକୁ କୋଝିକୋଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବାବେଳେ ଆଠଟି ସମୁଦ୍ର ଜୀବଙ୍କ ପ୍ରଜାତିଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି | ସମୁଦ୍ର ଘୋଡା, ସମୁଦ୍ର କଇଁଛଙ୍କ ସହ ଅନ୍ୟ ୬ଟି ଜଳଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି |

Photo-ANI

ଏହାକୁ ନେଇ କୋଝିକୋଡ଼ ଜିଲ୍ଲା ପ୍ରଶାସନର ଅଧିକାରୀ କ୍ୟାପଟେନ ଅଶ୍ୱିନୀ ପ୍ରତାପ କହିଛନ୍ତି ଯେ ଲୋକଙ୍କୁ ସଚେତନ କରାଇବା ପାଇଁ ଏହି ସ୍ମାରକୀର ନିର୍ମାଣ କରାଯାଇଛି | ପ୍ଲାଷ୍ଟିକ ବୋତଲକୁ ନଦୀ, ସମୁଦ୍ରରେ ପକାଇବା ଦ୍ୱାରା ଦିନେ ଜଳଜୀବଙ୍କ ପ୍ରଜାତି ଲୋପ ପାଇଯିବ ବୋଲି ଏହି ସ୍ମାରକୀ ମାଧ୍ୟମରେ ଲୋକଙ୍କୁ ସୂଚାଇଦିଆଯାଇଛି |

ସମ୍ବନ୍ଧିତ ଖବର